26.1 C
Bhubaneswar
Friday, May 23, 2025
Homeଓଡିଶାଭୁବନେଶ୍ୱରଭୁବନେଶ୍ୱର ରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର ରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ସର୍ବସାଧାରଣ ରେ ମାସ୍କ ପରିଧାନ ବାଧ୍ୟତାମୂଳକ । ତା ସହ ୨ ମିଟର ସାମାଜିକ ଦୂରତା ପାଇଁ ନିର୍ଦ୍ଦେଶ । ବାହାରେ ଛେପ ପକାଇବା ମନା , ନିୟମିତ ହାତ ଧୋଇବାକୁ ପରାମର୍ଶ । କରୋନା ସଂକ୍ରମଣ ବଢିବାରୁ କଟକଣା ଲଗାଇଲା ବିଏମସି ।
ସେପଟେ ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୫ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୭୫୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking