39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶରକ୍ତରେ ଆଙ୍କିଲେ ମମତା ବାନାର୍ଜୀଙ୍କ ଚିତ୍ର

ରକ୍ତରେ ଆଙ୍କିଲେ ମମତା ବାନାର୍ଜୀଙ୍କ ଚିତ୍ର

କୋଲକାତା : ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ପ୍ରଶଂସକ । ସେ ବି ଜଣେ ଚିତ୍ରକର । ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ନିଜ ହାତରେ ଚିତ୍ରିତ ଚିତ୍ର ଦେବାକୁ ଚାହୁଁଥିଲେ । ଶେଷରେ ଦୁର୍ଗାପୁରର ସୁରଜିତ ରାୟଙ୍କ ମୁଖ୍ୟମନ୍ତ୍ରୀ ଫଟୋକୁ ନିଜ ରକ୍ତରେ ଆଙ୍କି ପ୍ରବଳ ଚର୍ଚ୍ଚାରେ ରହିଛନ୍ତି । ପଶ୍ଚିମ ବର୍ଦ୍ଧମାନ ଦୁର୍ଗାପୁରର ଅମରାଇ ଗାଁର ବାସିନ୍ଦା ସୁରଜିତ ରାୟ । ସୁରଜିତ ସବୁବେଳେ ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟ ତାଙ୍କୁ ପିଲାଦିନରୁ ପ୍ରେରଣା ଦେଇଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ହାତ ଅଙ୍କା ଚିତ୍ର ତାଙ୍କ ହାତରେ ଦେବାକୁ ସୁରଜିତଙ୍କ ଅନେକ ଦିନର ସ୍ୱପ୍ନ ଥିଲା । ଶେଷରେ ସୁରଜିତ ମୁଖ୍ୟମନ୍ତୀଙ୍କ ଚିତ୍ର ଆଙ୍କିଥିଲେ । ନିକଟରେ ମମତା ବାନାର୍ଜୀ ଆସାନସୋଲ ଗସ୍ତର ଯାଇଥିଲେ । ସୁରଜିତ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ଫଟୋ ଦେବାକୁ ଚାହୁଁଥିଲେ । ସଭାସ୍ଥଳରେ ମଧ୍ୟ ସୁରଜିତ ଉପସ୍ଥିତ ଥିଲେ। ହେଲେ ସେହି ଚିତ୍ରଟି ସୁରଜିତ ରଙ୍ଗ ନୁହେଁ, ନିଜ ରକ୍ତରେ ଆଙ୍କିଥିଲେ । ଜାଣିବାକୁ ମିଳିଛି ଯେ ସୁରଜିତ କିଛି ଦିନ ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ । ସେହି ସମୟରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା । ସେତେବେଳେ ସେ ରକ୍ତ ବାହାର କରି ରଖିଥିଲେ । ପରେ ସେହି ରକ୍ତରେ ମମତାଙ୍କ ଚିତ୍ର ଆଙ୍କିଥିଲେ । ସୁରଜିତ କହିଛନ୍ତି ଯେ, ସେ କିଛି ନୂଆ କରିବାକୁ ଚାହୁଁଥିଲେ । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରକ୍ତରେ ଆଙ୍କିଥିଲେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking