27.3 C
Bhubaneswar
Sunday, July 26, 2026
Homeଓଡିଶାସରଣ୍ଡାରେ ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ

ସରଣ୍ଡାରେ ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ

ସୁନ୍ଦରଗଡ: ସୋମବାର  ମଧ୍ୟ ରାତ୍ରିରେ  ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଧୀନସ୍ଥ  ଛୋଟାନାଗରା ଠାରେ ପୁଣି ଥରେ  ଗୋଟିଏ ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୁର୍ଣ୍ଣ  ଭାବରେ ପୋଡି ନଷ୍ଟ କରିଦେଇଛନ୍ତି ।  ଏହି ଘଟଣା ପରେ   ମୋବାଇବ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି ।  ଏହାଛଡା ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ  ମାଓ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟର ମାଧ୍ୟମରେ   ମାଓବାଦୀମାନେ  ପୁଲିସ  ଦ୍ୱାରା  କରାଯାଉଥିବା   ମାଓବାଦୀ ଅଭିଯାନର ପ୍ରତିବାଦ କରିଛି । ସେମାନେ  ସଂଗଠନ ଦ୍ୱାରା   ପ୍ରତିଶୋଧର ସପ୍ତାହ ପାଳନ  କରିବା  ବିଷୟରେ  ମଧ୍ୟ ପୋଷ୍ଟରରେ ଉଲ୍ଲେଖ କରିଛି ।  ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ,   ଅକ୍ଟୋବର ୧୫ ତାରିଖରେ  ବିହାର ଏବଂ ଝାଡଖଣ୍ଡ  ସମେତ   ପଡୋଶୀ ରାଜ୍ୟରେ   ବ୍ୟାପକ ମାଓ ହଡତାଳ  ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking