ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ଜଣେ କ୍ୟାଡର ମାଓବାଦୀ ସାଥୀ ମାଓବାଦୀଙ୍କୁ ଅପରେସନ ଅଞ୍ଜାମ ଦେବାକୁ ନିର୍ଦ୍ଧେଶ ଦେଉଥିବାର ଭିଜୁଆଲ ଭାଇରାଲ୍ ହେଉଛି । ଶୀଘ୍ର ଅପରେସନ ସାରିବାକୁ ଅନ୍ୟ ମାଓବାଦୀଙ୍କୁ ପୁରା ପ୍ଲାନ ଦେଉଛି କ୍ୟାଡର ମାଓବାଦୀ । ଯାହାର ଭିଡିଓ ନିଜେ ମାଓବାଦୀ ହିଁ ଉତ୍ତୋଳନ କରିଛନ୍ତି । ଜେସିବି ଜାଳ, ଟ୍ରାକ୍ଟର ଜାଳ, ଡିଜେଲ ଟ୍ୟାଙ୍କକୁ ଟାଙ୍ଗିଆ ରେ କାଟି ତେଲ ବାହାର କର, ଗାଡିକୁ ନିଆଁ ଲଗାଅ । ଏଭଳି ନିର୍ଦ୍ଧେଶ ଦିଆଯାଉଛି ଭିଜୁଆଲରେ । ମାଓବାଦୀଙ୍କ ଏହି ଅଗ୍ନୀକାଣ୍ଡର ଲାଇଭ ଭିଡିଓ ହେଉଛି । ଏ ଦୃଶ୍ୟ ହେଉଛି ଛତିଶଗଡ଼ ଏବଂ ମହାରାଷ୍ଟ୍ର ସୀମାନ୍ତ ଗଡ଼ଚିରଲୀ ଜଙ୍ଗଲର । ଶତାଧିକ ମାଓବାଦୀ ଧରିଛନ୍ତି ହାତରେ ହତିଆର, ଅତ୍ୟାଧୁନିକ ବନ୍ଧୁକ । ଏକ ରାସ୍ତା କାମରେ ନିୟୋଜିତ ଠିକାଦାର କ୍ୟାମ୍ପକୁ ଶତାଧିକ ମାଓବାଦୀ ଯାଇ ବଡ଼ ଧରଣର ଲଙ୍କାକାଣ୍ଡ ଘଟାଇଛନ୍ତି । ଘଟଣା ସ୍ଥଳରେ ୧୦ରୁ ଅଧିକ ଗାଡି ପୋଡ଼ିଦେଇଛନ୍ତି । ପୂର୍ବରୁ ଠିକାଦାରଙ୍କୁ ରାସ୍ତା କାମ ବନ୍ଦ କରିବାକୁ ଧମକ ଦେଇଥିବା ବେଳେ ନମାନିବାରୁ ଏଭଳି କାଣ୍ଡ ଘଟାଇଛନ୍ତି ମାଓବାଦୀ । ଘଟଣା ସ୍ଥଳରେ ମାଓ ପୋଷ୍ଟର ବ୍ୟାନର ଲଗାଇଛନ୍ତି ମାଓବାଦୀ । ମାଓବାଦୀଙ୍କ ପ୍ରତ୍ୟେକ ଲଙ୍କାକାଣ୍ଡର ଏଭଳି ଷ୍ଟାଟେଜି ଥାଏ ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ।