30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପାଣି କମିଥିଲେ ବି ଦୁର୍ଦ୍ଦଶା କମୁନି

ପାଣି କମିଥିଲେ ବି ଦୁର୍ଦ୍ଦଶା କମୁନି

ନୟାଗଡ: ନୟାଗଡ ଜିଲ୍ଲାର ଦୁଇଟି ବ୍ଲକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ମଧ୍ୟ ସ୍ଥିତି ସମାନ ରହିଛି । ଗତକାଲି ଯେଉଁ ପରିମାଣର ପାଣଇ ରହିଥିଲା, ଆଜି କିଛି ପରିମାଣର ପାଣି କମିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମିନଥିବା ସୂଚନା ମିଳିଛି । ଚାରି ଦିନ ଧରି ପାଣି ଘେରରେ ୪୦ରୁ ଅଧିକ ଗାଁ ରହିଥିବା ବେଳେ ସେମାନଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗଣିଆ ବ୍ଲକର ବିଭିନ୍ନ ଅଂଚଳର ଲୋକଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସରିଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ ଆସୁଛି । ଗଣିଆ ବ୍ଲକର ଗଣିଆ-ଛାମୁଣ୍ଡିଆ ରାସ୍ତାର ରାସଙ୍ଗଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ସାଢେ ୩ ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ ରାସଙ୍ଗ, ଛାମୁଣ୍ଡିଆ ଓ ବଡସିଲିଙ୍ଗା ପଂଚାୟତ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ରାସଙ୍ଗଠାରୁ ଛାମୁଣ୍ଡିଆକୁ ଯାତାୟତ ବିଚ୍ଛିନ୍ନ ହୋଇଥିବା ବେଳେ ବ୍ଲକ ପକ୍ଷରୁ ଗୋଟିଏ ମାତ୍ର ବୋଟ ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଗୋଟିଏ ବୋଟ ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ସେହିଭଳି ଭାବେ ଅନ୍ୟତମ ବନ୍ୟାଂଚଳ ଭାବେ ଭାପୁର ବ୍ଲକର ପାଣି ଘେରରେ ରହିଥିବା ମଣିପୁର, ମାଣିତ୍ରୀ ଏବଂ କରବର ଅଂଚଳରେ ଦୁର୍ଦ୍ଦଶା ବୃଦ୍ଧି ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking