ଭୁବନେଶ୍ୱର : ପଡିଆ ବ୍ଳକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୫୮ ଯୁବକ ଙ୍କୁ ନିକଟସ୍ଥ ଗ୍ରାମର ଜଣେ ଲୋକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ହୋଇଛି । ସୂଚନା ମୁତାବକ ଗତ ଶୁକ୍ରବାର ଏମଭି୫୮ ଗ୍ରାମର ବସୁଦେବ ସର୍ଦାର ଓ ଜୟନ୍ତ ମଣ୍ଡଳ ନିଜ ଚାଷ ଜମିରୁ କାମସାରି ଘରକୁ ଫେରୁଥିବା ବେଳେ ଗଠନପଲ୍ଲୀ ସ୍ଥିତ ନବୀନ ଚନ୍ଦ୍ର ମାଡକାମି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସେହି ଗ୍ରାମର ଗ୍ରାମର ବିଙ୍ଗୁ ଜାନି ନାମକ ଜଣେ ଯୁବକ ଅଚାନକ଼ ଏକ ମୋଟା ବାଉଁଶ ଲାଠି ସାହାଯ୍ୟରେ ଉଭୟଙ୍କ ମୁଣ୍ଡ କୁ ପ୍ରହାର କଲା । ଏଥିରେ ଉଭୟ ରକ୍ତାକ୍ତ ହେବାପରେ ସ୍ଥାନୀୟ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଆ ମେଡିକାଲ୍ କୁ ନେଇ ଚିକିତ୍ସା କରାଇ ଥିଲେ। ଏହାପରେ ପୀଡିତ ବାସୁଦେବ ସର୍ଦାର ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନାରେ କେସ୍ ନଂ ୩୪/୨୦ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବିଙ୍ଗୁ ଜାନି କୁ ଗିରଫ କରି ବେଲ ରେ ଛଡା ଯାଇଥିବା ଜଣାପଡ଼ିଛି। ଏଥିସହ ପୀଡିତ ଙ୍କ ଆଖି ଓ ମୁଣ୍ଡରେ ଆଘାତ ଲାଗିବାରୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ କୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତଙ୍କ ପରିବାର ପକ୍ଷରୁ ଦାବୀ କରାଯାଇଛି ।