27.1 C
Bhubaneswar
Friday, May 1, 2026
Homeଓଡିଶାଯାଜପୁର ଗସ୍ତରେ ମନମୋହନ ସାମଲ

ଯାଜପୁର ଗସ୍ତରେ ମନମୋହନ ସାମଲ

ଯାଜପୁର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଯାଜପୁର ଗସ୍ତ। ଆଜି ପୂର୍ବାହ୍ନରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ନନ୍ଦିପୁର ଠାରେ ହେବାକୁ ଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପୂର୍ବରୁ ବିଜେପି ଯୁବ ନେତା ସଂଗ୍ରାମ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଯାଜପୁରରେ ମନମୋହନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ନେତା ଗୌତମ ରାୟ, ବିଂଝାରପୁର ବିଧାୟିକା ପ୍ରାର୍ଥୀ ବବିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁରରୁ ଏକ ବିଶାଳ ବାଇକ ରାଲିରେ ଶ୍ରୀ ସାମଲଙ୍କୁ ନନ୍ଦୀପୁରକୁ ନିଆଯାଇଥିଲା। ସେଠାରେ ଏକ ଦଳୀୟ ମିଶ୍ରଣ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking