25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶମନୀଷା ଦେଶର ପ୍ରଥମ ମହିଳା ଏଡିସି

ମନୀଷା ଦେଶର ପ୍ରଥମ ମହିଳା ଏଡିସି

ଆଇଜଲ:  ଭାରତୀୟ ବାୟୁସେନାରେ କାର୍ଯ୍ୟରତ ସ୍କ୍ୱାଡ୍ରନ୍ ଲିଡର ମନୀଷା ପାଢୀ ଦେଶର ପ୍ରଥମ ମହିଳା ଏଡିସି (ଏଡ୍‌-ଡି-କ୍ୟାମ୍ପ) ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋମବାର ମିଜୋରାମ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପତି ମନୀଷାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ମନୀଷା ମିଜୋରାମ ରାଜ୍ୟପାଳଙ୍କ ଏଡିସିଭାବେ କାର୍ଯ୍ୟ କରିବେ ।

ଇତିପୂର୍ବରୁ ମନୀଷା ବିଦାର, ପୁଣେ ଓ ଭଟିଣ୍ଡାସ୍ଥିତ ବାୟୁସେନା ଘାଟିରେ କାର୍ଯ୍ୟକରି  ପ୍ରଶଂସିତ ହୋଇସାରିଛନ୍ତି । ସୂଚନାଯୋଗ୍ୟ ରାଷ୍ଟ୍ରପତିଙ୍କ ପାଇଁ ୫ ଜଣ ଏଡିସିି ନିଯୁକ୍ତ ହୋଇଥିବାବେଳେ ସ୍ଥଳସେନା, ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ ଜଣେ ଲେଖାଏଁ ଏଡିସିଙ୍କୁ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking