29.1 C
Bhubaneswar
Sunday, May 19, 2024
Homeଓଡିଶାମନୀଷ ହତ୍ୟା ମାମଲା : ସରିଲା ୩ଅଭିଯୁକ୍ତଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ୍‌’

ମନୀଷ ହତ୍ୟା ମାମଲା : ସରିଲା ୩ଅଭିଯୁକ୍ତଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ୍‌’

ଭୁବନେଶ୍ୱର: ମନୀଷ ହତ୍ୟା ମାମଲାର ଗିରଫ ୩ ଅଭିଯୁକ୍ତଙ୍କ  ‘ଲାଏ ଡିଟେକ୍ସନ ଟେଷ୍ଟ’ କରାଯାଇଛି । କୋର୍ଟଙ୍କ ଅନୁମତି ପରେ ମଙ୍ଗଳବାର ରାଜ୍ୟ ଫରେନ୍‌ସିକ ଲାବ୍‌ରେ ଏହି ପରୀକ୍ଷା ହୋଇଯାଇଛି । ପରୀକ୍ଷା ସମୟରେ ସେମାନଙ୍କୁ ୨ଶହରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ସବୁ ପ୍ରଶ୍ନର ଉତ୍ତର ଖାଲି ହଁ, ନାଁରେ ରଖିବାକୁ କୁହାଯାଇଥିଲା । ଏତିକିବେଳେ ଅଭିଯୁକ୍ତଙ୍କ ହାର୍ଟବିଟ୍‌, ପଲ୍ସରେଟ୍ ଓ ପଲିଗ୍ରାଫ୍ ମିଟରରୁ କିଏ ସତ ଓ କିଏ ମିଛ କହିଛି ଜଣାପଡ଼ିଯାଇଛି । ଇନ୍‌ଫୋସିଟି ଥାନା ପୁଲିସ ଟିମ୍ ଝାରପଡ଼ା ଜେଲ୍‌ରୁ ମଙ୍ଗଳବାର ସକାଳ ସାଢ଼େ ୯ଟାବେଳେ ୩ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ରସୁଲଗଡ଼ ସ୍ଥିତ ଫରେନ୍‌ସିକ ଲାବ୍‌କୁ ଆଣିଥିଲେ । ଅପରାହ୍ଣ ୫ଟାରେ ସେମାନଙ୍କୁ ଲାବ୍‌ରୁ ନିଆଯାଇ ପୁଣି ଜେଲ୍‌କୁ ପଠାଇ ଦିଆଯାଇଥିବା ପୁଲିସ କହିଛି ।

ଏସମ୍ପର୍କରେ ଭୁବନେଶ୍ୱର ଡିସିପି ଡ଼. ଉମାଶଙ୍କର ଦାଶ କହିଛନ୍ତି, ଅଭିଯୁକ୍ତଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ’ ରିପୋର୍ଟ ଆସିବା ପରେ ପୁଣି ତଦନ୍ତ ହେବ । ଏହି ରିପୋର୍ଟ କୋର୍ଟଙ୍କୁ ଦିଆଯିବ ନାହିଁ । ଏହା କେବଳ ତଦନ୍ତରେ ସାହାଯ୍ୟ କରିବ । ଅନ୍ୟପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇସାରିଛି । ହେଲେ ଏହା ଗଣମାଧ୍ୟମକୁ ଦିଆଯିବ ନାହିଁ ବୋଲି ଡିସିପି କହିଛନ୍ତି । ଲାଏ ଡିଟେକ୍ସନ ଟେଷ୍ଟ୍ ବେଳେ ୩ ଅଭିଯୁକ୍ତ ଅମ୍ରିତ ବିଶ୍ୱାଳ, ଦିନେଶ କୁମାର ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ପୃଥକ ଭାବେ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚରାଯାଇଛି ।

ସେଦିନ ରାତିରେ ମନିଷଙ୍କ ସହିତ ଗଣ୍ଡଗୋଳ ହୋଇଥିଲା କି, ତୁମେ ମାନେ ମନୀଷଙ୍କୁ ହତ୍ୟା କରିଛ ନା ନାହିଁ, ଏଥିରେ ଆଉ କିଏ ସମ୍ପୃକ୍ତ ଅଛି, ବିଲ୍ ପେମେଣ୍ଟକୁ ନେଇ ଝଗଡ଼ା ହୋଇଥିଲା କି, ସାଉଥ୍ ସିଟି ହୋଟେଲ୍‌ରେ ମନୀଷକୁ ଏକା ଛାଡ଼ି ଆସିଥିଲ ନା ନାହିଁ,  ମନୀଷଙ୍କୁ ତୁମେ ପ୍ରଥମେ ମାରିଥିଲ କି, ମାରିବା ପରେ ପୋଖରୀରେ ଫିଙ୍ଗିଥିଲ ଟି, ଏଭଳି ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ୨ଶହରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ପୂର୍ବରୁ ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ପୁଲିସ ୩ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିସାରିଛି । ଘଟଣାଦିନ ସମସ୍ତେ ନିଶାରେ ଥିବାରୁ ହତ୍ୟାକାଣ୍ଡ ସମ୍ପର୍କରେ ଠିକ୍ ଭାବେ କିଛି କହାପାରିନାହାନ୍ତି । ଏମିତିକି ଘଟଣାସ୍ଥଳ ବି ଚିହ୍ନଟ କରିପାରିନଥିଲେ । ତେଣୁ ସେମାନଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ’ କରିବା ପାଇଁ ପୁଲିସ ଯୋଜନା କରିଥିଲା । ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖ ଅପରାହ୍ଣ ୫ଟାରେ ମନୀଷଙ୍କୁ ଅଭିଯୁକ୍ତ ଅମ୍ରିତ ଫୋନ୍ କରି ବ୍ୟାଚଲର୍ ପାର୍ଟି କରିବାକୁ ଡାକିଥିଲେ ।

ଇନ୍‌ଫୋସିଟି ଛକରେ ଅମ୍ରିତ ତା’ର ୨ସାଙ୍ଗ ମୃତ୍ୟୁଞ୍ଜୟ ଓ ଦୀନେଶକୁ ଧରି ପହଞ୍ଚିଥିଲା । ଇନ୍‌ଫୋସିଟି ଛକରେ ମନୀଷ ତାଙ୍କ କାର୍ ରଖି ଅମ୍ରିତ କାର୍‌ରେ ଯାଇଥିଲେ । ବିଳମ୍ବିତ ରାତିରେ ସାଉଥ୍ ସିଟି ହୋଟେଲ ଆଣ୍ଡ୍ ବାର୍‌କୁ ସେମାନେ ଯାଇଥିଲେ । ସେଠାରେ ବିଲ୍ ଦେବାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ମନୀଷ ତାଙ୍କ ମା’ଙ୍କୁ ଫୋନ୍ କରି ଅନ୍‌ଲାଇନରେ ୮ହଜାର ଟଙ୍କା ମଗାଇ ବିଲ୍ ଦେଇଥିଲେ ।  ରାତି ୩ଟା ୨୯ମିନିଟ୍ ସମୟରେ ରେ ମନୀଷ ଏକୁଟିଆ ହୋଟେଲ ବାହାରକୁ ଯିବାପରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରି ପାତ୍ରପଡ଼ା ପୋଖରୀରେ ଫିଙ୍ଗିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking