29.1 C
Bhubaneswar
Thursday, April 25, 2024
Homeଅପରାଧସତ୍ୟବ୍ରତ ହତ୍ୟା ମାମଲାରେ ମାନସ ଗିରଫ

ସତ୍ୟବ୍ରତ ହତ୍ୟା ମାମଲାରେ ମାନସ ଗିରଫ

ଭୁବନେଶ୍ୱର: ଗୁରୁଜୀ ବାପାପୁଅଙ୍କ ଗିରଫ ନେଇ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇ କହିଛନ୍ତି ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ମାନଓ ଦାସ ଗିରଫ ହୋଇଛନ୍ତି । ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ଗିରଫ କରାଯାଇଛି । ସତ୍ୟବ୍ରତ ହତ୍ୟା ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ଜେରା ବେଳେ ମାନସଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗିରଫ ହୋଇଛନ୍ତି । ହତ୍ୟା ସ୍ଥଳରେ ନଥିଲେ ବି ପରୋକ୍ଷରେ ଅପରାଧ ଘଟାଇଥିଲେ ମାନସ । ମାନସଙ୍କ ନାଁ ରେ ଅପହରଣ, ହତ୍ୟା, ପୋଡି ପ୍ରମାଣ ନଷ୍ଟ ଦଫା ଲାଗିଛି । ମାନସଙ୍କ ନାଁ ରେ ଆଉ ଯାହା ଅଭିଯୋଗ ଅଛି, ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ବି ଗିରଫ ହୋଇଛନ୍ତି । ମାନସଙ୍କ ପୁଅ ମନୋରଂଜନ ଦାସଙ୍କୁ ଗିରଫ କରିଛି ପୋଲିସ । ମନୋରଂଜନଙ୍କୁ ଗିରଫ ନେଇ କେନ୍ଦ୍ରାଂଚଳ ଆଇଜି ସୂଚନା ଦେଇଛନ୍ତି । କଡବ ଗାଁ ର ବାପା, ପୁଅଙ୍କୁ ମାଡ ମାମଲାରେ ମନୋରଂଜନ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking