20.1 C
Bhubaneswar
Tuesday, February 27, 2024
Homeଅପରାଧପ୍ରେମିକ ନା’ରେ ମଥାରେ ସିନ୍ଦୁର ପିନ୍ଧିଥିଲା ଝିଅ, ଆଉ ତା’ ପରେ....

ପ୍ରେମିକ ନା’ରେ ମଥାରେ ସିନ୍ଦୁର ପିନ୍ଧିଥିଲା ଝିଅ, ଆଉ ତା’ ପରେ….

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଇଟାୱାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଝିଅ ନିଜ ମଥାରେ ପ୍ରେମିକ ନାମରେ ସିନ୍ଦୁର ଲଗାଉଥିଲା । ଏଥିରେ ରାଗି ଯାଇ ମାଆ ତଣ୍ଟି ଚିପି ନିଜ ଝିଅକୁ ହତ୍ୟା କରିଛି । ପୋଲିସ୍ ଅଭିଯୁକ୍ତ ମାଆକୁ ଗିରଫ କରି ଜେଲ୍ ପଠାଇଛି । ଏହି ଘଟଣାର ସୂଚନା ଇଟାୱା ପୋଲିସ୍ ଦେଇଛି । ପେ।।ଲିସ୍ କହିଛି ଯେ, ଅଭିଯୁକ୍ତ ମାଆ ନିଜ ଝିଅକୁ ହତ୍ୟା କରି ବେକରେ ଦଉଡି ବାନ୍ଧି ଝୁଲେଇ ଦେଇଥିଲା । ସୂଚନା ଅନୁଯାୟୀ, ଝିଅର ପରିବାର କହିଥିଲେ ଯେ ତାଙ୍କ ଝିଅକୁ ହଇରାଣ କରୁଥିବା କିଛି ଯୁବକ ମିଶି ଏପରି କରିଛନ୍ତି ଓ ଫେରାର୍ ହୋଇଯାଇଛନ୍ତି । ପୋଲିସ୍ ପାଖକୁ ମାମଲା ଯିବା ପରେ ମାମଲା ରୁଜୁ କରାଗଲା । ଅଗଷ୍ଟ ୨୮ ତାରିଖରେ ଝିଅର ମାଆ ପୋଲିସକୁ କହିଥିଲେ ଯେ, ତାଙ୍କ ଝିଅ ମେଡିସିନ୍ ଆଣିବାକୁ ବାହାରକୁ ଯାଇଥିଲେ ଏବଂ ଯେତେବେଳେ ସେ ଫେରିଥିଲେ ତାଙ୍କ ମୁଣ୍ଡରେ ସିନ୍ଦୁର ଲାଗିଥିଲା । ପଚାରିବାରୁ ସେ ଝିଅ ନିଜ ପ୍ରେମିକ ନାମରେ ସିନ୍ଦୁର ପିନ୍ଧିଥିବା କଥା କହିଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ରାଗରେ ଆସି ମାଆ ନିଜ ଝିଅର ତଣ୍ଟିଚିପି ହତ୍ୟା କରିଥିଲେ । ଏନେଇ ଅଭିଯୁକ୍ତ ମାଆ ପୋଲିସ୍ ପାଖରେ ଅନେକ ପଚରାଉଚରା ପରେ ମାନିଥିଲେ । ପୋଲିସ୍ ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking