28.1 C
Bhubaneswar
Friday, March 29, 2024
Homeଓଡିଶାଭୋକ ଉପାସରେ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ, ଶେଷରେ...

ଭୋକ ଉପାସରେ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ, ଶେଷରେ…

ମୟୁରଭଞ୍ଜ : ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ଏକ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିଲେ ମା’ପୁଅ । ପଡୋଶୀଙ୍କ କିଞ୍ଚିତ ସହାୟତରେ ଚଳି ଯାଉଥିଲେ ମା’ପୁଅ । ହେଲେ ଧୀରେ ଧୀରେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଦୁହେଁ ପଡ଼ି ରହିଥିଲେ । ଶେଷରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକାର ୧୨ ନମ୍ବର ୱାର୍ଡରେ । ସୂଚନା ଅନୁଯାୟୀ, ସ୍ୱାମୀଙ୍କ ମୃତ୍ୟୁ ପରେ ସୋନୁ ବାଇ ଏଠିସେଠି କାମ କରି ସେଥିରୁ ଯାହା ମିଳୁଥିଲା ଦୁଃଖକଷ୍ଟରେ ସେ ଓ ତାଙ୍କ ପୁଅ ବିର୍ଜୁ ଶର୍ମା ଚଳି ଯାଉଥିଲେ । ତେବେ କିଛି ଦିନ ହେଲା ସୋନୁ ବାଇଙ୍କ ଆଖିକୁ କିଛି ଦେଖାଗଲା ନାହିଁ । ଫଳରେ କାମଧନ୍ଦା ସବୁ ବନ୍ଦ ହୋଇଯାଇଥିଲା । ପୁଅ ବିର୍ଜୁ ମଧ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ଫଳରେ ସେ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ଗାଁ’ ଲୋକେ କହିଛନ୍ତି । ପଡୋଶୀଙ୍କ କିଞ୍ଚିତ ସହାୟତରେ ଉଭୟ ମା’ପୁଅ ଚଳି ଯାଉଥିଲେ । ହେଲେ ମା’ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ନଖାଇ ନପିଇ ଗୋଟିଏ ଘରେ ଉଭୟେ ପଡ଼ି ରହିଥିଲେ । ଶେଷରେ ସ୍ୱେଚ୍ଛାସେବୀ ସଂଗଠନ କିଛି ସଦସ୍ୟ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ସୋନୁ ବାଇଙ୍କର ଘର ଭାଙ୍ଗି ଯିବାରୁ ସେ ଓ ତାଙ୍କ ପୁଅ ବିର୍ଜୁ ପାଖାପାଖି ୨୦ ଦିନ ହେବ ଅତି ଦୟନୀୟ ଅବସ୍ଥାରେ ଥିଲେ । ସେମାନେ ଖାଇବାକୁ ପାଉନ ଥିଲେ । ପାଖ ପଡ଼ୋଶୀ ଖାଇବା ଆଣି ସେମାନଙ୍କୁ ଦେଉଥିଲେ । ହେଲେ ସେମାନେ ଖାଉଥିଲେ କି ନାହିଁ ତାହା ଆମ୍ଭେ ଜାଣିନୁ । ଏହାପରେ ସେମାନଙ୍କର ଦେହ ଖରାପ ହୋଇଯାଇଥିଲା । ହଠାତ୍ ତାଙ୍କ ଘର ଭୁଶୁଡ଼ି ପଡ଼ିବାରୁ ଆମେ ତାଙ୍କୁ ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲୁ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking