32.1 C
Bhubaneswar
Thursday, May 2, 2024
Homeଓଡିଶାସ୍ତ୍ରୀ ପୁଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀ ପୁଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ବ୍ରହ୍ମପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ କୋଟବଗଡ଼ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ନିଜ ଦଶ ମାସର ସନ୍ତାନ ଓ ସ୍ତ୍ରୀକୁ ମାରି ସ୍ୱାମୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।  ମିଳିଥିବା ସୂଚନା ଅନୁସାରେ କୋଟବଗଡ଼ ଗ୍ରାମର ସୁଜନ ପ୍ରଧାନଙ୍କ ଘରୁ ତିନୋଟି ମୃତ ଦେହ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ସୁଜନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଦଶ ମାସର ଶିଶୁ ଅଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ପଡିରହି ଥିବା ବେଳେ ଝୁଲନ୍ତା ଅବସ୍ଥାରେ ସୁଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରଥମେ ଶିଶୁର ଗଳା ଚିପିବା ପରେ ସ୍ତ୍ରୀର ଗଳା କାଟି ନିଜେ ବେକରେ ରଶି ଲଗାଇ ସୁଜନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking