26.7 C
Bhubaneswar
Friday, April 19, 2024
Homeଓଡିଶାପ୍ରମୋଦ ଭଗତଙ୍କୁ ୬ କୋଟି

ପ୍ରମୋଦ ଭଗତଙ୍କୁ ୬ କୋଟି

ଭୁବନେଶ୍ୱର: ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୬ କୋଟି ସହ ଗ୍ରୁପ ଏ ସରକାରୀ ଚାକିରି ଦିଆଯିବା ଘୋଷଣା ହୋଇଛି । ଅଲମ୍ପ୍ଖଳ ବିଜେତାଙ୍କ ପାଇଁ ପୂର୍ବ ଘୋଷଣା ଅନୁସାରେ ପୁରସ୍କାର ମିଳିବ । ସ୍ୱର୍ଣ୍ଣ ଜିତିଲେ ୬ କୋଟି ମିଳିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରମୋଦ ଭଗତ ଖାଲି ଓଡ଼ିଶା କାହିଁକି ପୂରା ବିଶ୍ୱ ଆଗରେ ଭାରତର ଟେକ ରଖିଛନ୍ତି ଏହି ଓଡ଼ିଆ ପୁଅ । ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ପ୍ରମୋଦ । ଦେଶ ପାଇଁ ଆଣିଛନ୍ତି ସୁନା ପଦକ । ପାରା ଅଲିମ୍ପିକ୍ସ ବ୍ୟାଡମିଂଟନ ଏସଏଲ-ଥ୍ରୀ ବର୍ଗର ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିଛନ୍ତି ପାରା ବ୍ୟାଡମିଂଟନରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ପ୍ରମୋଦ ଭଗତ । ଗରିବ ଘରେ ଜନ୍ମ ହୋଇଥିବା ପ୍ରମୋଦ ପିଲାଟି ବେଳୁ ଅନେକ ସଂଘର୍ଷ କରିଛନ୍ତି । ପ୍ରମୋଦଙ୍କ ବାପା ମା’ ଗାଁରେ ରୁହନ୍ତି ଏବଂ ଚାଷ କରନ୍ତି । ପିଲାଟି ବେଳୁ ଖେଳ ପ୍ରତି ରହିଥିଲା ପ୍ରମୋଦଙ୍କର ଅହେତୁକ ଦୁର୍ବଳତା । ବିଶେଷ କରି ବ୍ୟାଡମିଂଟନ ଖେଳିବାକୁ ଭଲପାଉଥିଲେ ପ୍ରମୋଦ । ଆଉ ଖେଳ ପ୍ରତି ଥିବା ନିଷ୍ଠା ଏବଂ ଆଗ୍ରହ ତାଙ୍କୁ ଏହି ସଫଳତା ଆଣିଦେଇଛି । ୨୦୧୯ରେ ଅର୍ଜୁନ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ମଧ୍ୟ ପାଇଥିଲେ ପ୍ରମୋଦ । ଏବେ ସୁଦ୍ଧା ପ୍ରମୋଦ ମୋଟ୍ ୪୫ଟି ଅନ୍ତର୍ଜାତୀୟ ମେଡାଲ ଜିତିଛନ୍ତି । ମୋଟ୍ ୪ଟି ବିଶ୍ୱ ଚାମ୍ପିଅନସିପ୍ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking