35.1 C
Bhubaneswar
Saturday, May 4, 2024
Homeଅପରାଧଝଗଡ଼ାରୁ ମୁକ୍ତି ପାଇବାକୁ ଶାଶୂ ଓ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ଜ୍ୱାଇଁ, ଶେଷରେ....

ଝଗଡ଼ାରୁ ମୁକ୍ତି ପାଇବାକୁ ଶାଶୂ ଓ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ଜ୍ୱାଇଁ, ଶେଷରେ….

ନୂଆଦିଲ୍ଲୀ : ଶାଶୂ ଓ ସ୍ତ୍ରୀର ଜୀବନ ନେଲା ଜ୍ୱାଇଁ । ଘରୋଇ କଳି ଯୋଗୁ ବିରକ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା ନେଇ କହିଛି ଜ୍ୱାଇଁ । ସବୁବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ କଳିକଜିଆ ଲାଗି ରହୁଥିଲା । ଶାଶୂଙ୍କ ଯୋଗୁ ଘରେ ପାଟି ତୁଣ୍ଡ ହେଉଥିବା ନେଇ ସେ ସନ୍ଦେହ କରୁଥିଲା । ବାରମ୍ବାର ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ବ୍ୟକ୍ତି ଜଣକ ଏତେ ମାତ୍ରାରେ ବିରକ୍ତ ହୋଇଯାଇଥିଲା ଯେ ସବୁଦିନ ପାଇଁ ଶୁଆଇ ଦେଲା ସ୍ତ୍ରୀ ଓ ଶାଶୂକୁ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କୁ ମାରିସାରିବା ପରେ ଜ୍ୱାଇଁ ନିଜେ ଥାନାକୁ ଯାଇ ଆତ୍ମସମର୍ପଣ କରିବା ସହ ଏମିତି କରିବାର କାରଣ କହିଛି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ ।ସୂଚନା ଅନୁଯାୟୀ, ବାବା ହରିଦାସ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ଥାନାକୁ ଫୋନ୍ କରି କହିଥିଲା ଯେ ସେ ଗୁଳି କରି ନିଜ ସ୍ତ୍ରୀ ଓ ଶାଶୂଙ୍କୁ ହତ୍ୟା କରିଛି । ଫୋନ୍ କଲ୍ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚିଲା ବେଳକୁ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତଳେ ପଡ଼ିଥିଲା । ମୃତ ମହିଳାଙ୍କ ନାମ ହେଉଛି ନିଧି ଓ ବିରୋ । ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ସେ ନିଜେ ହିଁ ଏହି କାଣ୍ଡ ଭିଆଇଛି ଓ ଏଭଳି କରିବା ପଛର କାରଣ ହେଉଛି ସବୁଦିନିଆ ଝଗଡ଼ା । ୫ ବର୍ଷ ତଳେ ଅଭିଯୁକ୍ତ ମହେଶ ନିଧିକୁ ପ୍ରେମ ବିବାହ କରିଥିଲା । ପ୍ରଥମେ କିଛି ଦିନ ଉଭୟଙ୍କ ମଧ୍ୟରେ ସବୁକିଛି ଭଲ ଥିଲା । ନିଧି ସବୁବେଳେ ମହେଶର ମନ କଥା ବୁଝୁଥିଲା । ଫଳରେ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ନିଧିର ମା’ ବିରୋ ଆସିବା ପରେ ତାଙ୍କ ଭିତରେ ରୀତିମତ ପାଟିତୁଣ୍ଡ ହେବାକୁ ଲାଗିଲା । ଛୋଟ ଛୋଟ କଥାକୁ ନେଇ ଶାଶୂ ଝିଅକୁ କହୁଥିଲେ । ଫଳରେ ରାତିରେ ଘରକୁ ଫେରିବା ପରେ ନିଧି ସେହି କଥାକୁ ନେଇ ମହେଶ ସହ ଝଗଡ଼ା କରୁଥିଲା । ମହେଶ ଯେତେ ବୁଝାଇଲେ ବି ଶାଶୂଙ୍କ ପ୍ରରୋଚନାରେ ନିଧି କିଛି ବି ବୁଝିବାକୁ ନାରାଜ ଥିଲା । ଏହି କାରଣରୁ ଦୀର୍ଘ ଦିନ ଧରି ମହେଶ ଚିନ୍ତାରେ ରହୁଥିଲା । ସ୍ତ୍ରୀ ସହ ଝଗଡ଼ାର କାରଣ ଶାଶୂ ବୋଲି ସେ ବୁଝିଗଲା ପରେ ଜୀବନରେ ଶାନ୍ତି ପାଇଁ ସେ ଉଭୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଏଣୁ ସେ ଏକ ବନ୍ଧୁକ କିଣିଥିଲା । ରବିବାର ନିଧି ସହ କୌଣସି କାରଣରୁ ତାଙ୍କ ଝଗଡ଼ା ହେବାରୁ ସେ ରାଗରେ ଉଭୟ ଶାଶୂ ଓ ନିଧି ଉପରକୁ ଅନ୍ଧାରୁଆ ଗୁଳିଚାଳନା କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking