27.1 C
Bhubaneswar
Thursday, April 25, 2024
Homeଓଡିଶାକୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା-ମା’

କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା-ମା’

ଭଦ୍ରକ: କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା-ମାଆ । ତାଙ୍କୁ ଯଥା ସମ୍ଭବ ସହାୟତ କରୁଛନ୍ତି, ଗାଁ ର ଜୁବକମାନେ । ଦୃଷ୍ଟିଶକ୍ତି ହରାଇଥିବା କୁନି ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ମୂଲ ଲାଗି ଚଳୁଥିବା ବାପା-ମାଆ ଏବେ ପୁଅର ଚିକିତ୍ସା ପାଇଁ ଶେଷରେ ରାସ୍ତା ଉପରେ ଆସି ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଏକ ହୃଦୟ ବାଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ।

ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତର ତୁଳମତୁଳା ଗାଁର ଅନୁପ ମଣ୍ଡଳ ଓ ମା ରଶ୍ମିତା ମଣ୍ଡଳଙ୍କ ୧୫ମାସର କୁନି ପୁଅ ବବୁନ୍ । ପରିବାର କହିଲେ ବାପା ମାଆ ଗୋଟେ କୁନି ପୁଅ ଓ ଝିିଅ । ବାପା ପର ଘରେ ମୂଲ ଲାଗିଲେ ପରିବାର ଚଳେ । ହେଲେ ବର୍ତମାନ ପୁଅର ଚିକିତ୍ସା ପାଇଁ ଭାଙ୍ଗି ପଡିଛନ୍ତି ସେମାନେ । କିଛି ମାସ ପୂର୍ବରୁ ଆଖି ସାମାନ୍ୟ ଲାଲ୍ ପଡିବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ଦେଖାଇଥିଲେ । ଆଉ ଔଷଧ ଆଣି ଆଖିରେ ପକାଇଥିଲେ । ହେଲେ ପରବର୍ତି ସମୟରେ ଆଖି ଭଲ ହେବା ପରିବର୍ତ୍ତେ ଆହୁରି ଖରାପ ହେବାକୁ ଲାଗିଲା । ଆଖି ଭିତରୁ ପୁଜ ବାହାରିଲା । ସେଥିପାଇଁ ପୁଅକୁ ଚିକିତ୍ସା ଲାଗି ପ୍ରଥମେ ଭଦ୍ରକ, ବାଲେଶ୍ୱର ପରେ କଟକ ଡାକ୍ତରଖାନାରେ ଦେଖାଇଲେ । ସେଥିପାଇଁ ଗାଁର ସମସ୍ତ ଲୋକଙ୍କ ସାହାଯ୍ୟ ଓ ନିଜ ପାଖରେ ଥିବା କିଛି ସଞ୍ଚିତ ସୁନାଗହଣା ବିକ୍ରି କରିସାରିଛନ୍ତି ବାପା-ମା’ । ତଥାପି ପୁଅର ଆଖି ଠିକ୍ ହୋଇପାରିଲା ନାହିଁ । ତେବେ ଆଖିରେ ଅପରେସନ ହେଲେ ହୁଏତ ପିଲାଟି ଏହି ଦୁନିଆକୁ ଦେଖିପାରିବ ବୋଲି ଡାକ୍ତର କହିଛନ୍ତି । ଆଉ ଏଥିପାଇଁ ଦୁଇ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଫଳରେ ଅର୍ଥ ଅଭାବରୁ ପୁଅର ଚିକିତ୍ସା କରିନପାରି ଏବେ ଚିନ୍ତାରେ ବାପା ମାଆ । ପୁଅର ଚିକିତ୍ସା ପାଇଁ ବ୍ଲକରେ ପହଞ୍ଚି ସରକାରୀ ବାବୁଙ୍କୁ ନିବେଦନ ମଧ୍ୟ କରିଛନ୍ତି । ହେଲେ ଏବେ ସୁଧା କେହି ସାହାଯ୍ୟ କରିଲେ ନାହିଁ । ଫଳରେ ବାପା ମାଆ ବାଧ୍ୟ ହେଇ ରାସ୍ତା ଉପରେ ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking