କୋଲକାତା: ନୂଆ ସଂସଦ ଭବନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ମେଦିନୀପୁରରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ, ପ୍ରତିଦିନ ଇତିହାସକୁ ବଦଳାଯାଉଛି, ଯେଉଁମାନେ ଇତିହାସ ବଦଳୁଛନ୍ତି ସେମାନେ ଆଜି ଅଛନ୍ତି କାଲି ନଥିବେ । ପ୍ରତିଦିନ ନୂଆ କୋଏନ୍ , ସମାଜ ଓ ଟଙ୍କା ବଦଳୁଛି । ଆପଣ ଅପେକ୍ଷା କରିଥାନ୍ତୁ ଆଗାମୀ ୬ ମାସରେ ଦିଲ୍ଲୀ ମଧ୍ୟ ବଦଳିଯିବ । ମଣିପୁର ଭଳି ପଶ୍ଚିମବଙ୍ଗରେ ସମୁଦାୟ ମଧ୍ୟରେ ଦଙ୍ଗା କରିବା ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପ ଲଗାଇଛନ୍ତି । ୨ଜଣ ବିଜେପି ନେତା ମନ୍ତ୍ରୀ ଓ ଆଦିବାସୀ ନେତା ବୀରବାହା ହାସଦାଙ୍କ କାର ଉପରେ ଆକ୍ରମଣ କରିଛନ୍ତି ।