40.7 C
Bhubaneswar
Wednesday, June 10, 2026
Homeଦେଶ ବିଦେଶମମତାଙ୍କ ଚା ’ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଡାକ୍ତର

ମମତାଙ୍କ ଚା ’ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଡାକ୍ତର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚା ’ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଆନ୍ଦୋଳନରତ ଜୁନିୟର୍‌ ଡାକ୍ତରମାନେ। ରବିବାର ଦିନ କୋଲକାତାରେ ଆନ୍ଦୋଳନ ଜାରି ରଖି ସହରର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପରେ ଯାଇ ସେମାନେ ଚା ପିଇବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣ ରକ୍ଷା କରି ଆନ୍ଦୋଳନରତ ଡାକ୍ତରମାନଙ୍କର ଏକ ଦଳ ତାଙ୍କୁ ଭେଟିଥିଲେ। ତେବେ ସେହି ଦଳର ଡକ୍ଟର ଆକିବ୍‌ କହିଛନ୍ତି ଯେ ତାଙ୍କୁ ମମତା ଚା ଯାଚିଥିଲେ। ମାତ୍ର ସେମାନେ ଚା ପିଇବାକୁ ମନା କରିଦେଇଥିଲେ। ମୃତ ଡାକ୍ତରଙ୍କୁ ନ୍ୟାୟ ମିଳିବା ପରେ ଯାଇ ଚା ଗ୍ରହଣ କରିବେ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking