35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଭବାନୀପୁର ଉପନିର୍ବାଚନ : ଚତୁର୍ଥ ରାଉଣ୍ଡ ପରେ ୧୨ ହଜାର ଭୋଟରେ ଆଗୁଆ ମମତା

ଭବାନୀପୁର ଉପନିର୍ବାଚନ : ଚତୁର୍ଥ ରାଉଣ୍ଡ ପରେ ୧୨ ହଜାର ଭୋଟରେ ଆଗୁଆ ମମତା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତ୍ରିବେୱାଲଙ୍କ ମଧ୍ୟରେ ଲଢ଼େଇ ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସମାପ୍ତି ହୋଇଛି । ମମତା ବର୍ତ୍ତମାନ ସୁଦ୍ଧା ୧୨ ହଜାର ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ଭବାନୀପୁରରେ ମମତା ଆଗରେ ଥିବାରୁ ଟିଏମସି କର୍ମୀମାନେ ବିଜୟ ଉତ୍ସବ ପାଳନ ଆରମ୍ଭ କରିସାରିଲେଣି । ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ମମତାଙ୍କୁ ୧୬ ହଜାର ୩୯୭ଟି ଓ ପ୍ରିୟଙ୍କାଙ୍କୁ ୩ ହଜାର ୯୬୨ଟି ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking