29.1 C
Bhubaneswar
Tuesday, July 15, 2025
Homeଓଡିଶାମାଲକାନଗିରି ପୋଲିସର ସାଧାରଣ ଲୋକଙ୍କ ସୁ- ସମ୍ପର୍କ 

ମାଲକାନଗିରି ପୋଲିସର ସାଧାରଣ ଲୋକଙ୍କ ସୁ- ସମ୍ପର୍କ 

ମାଲକାନଗିରି –  ସରକାରଙ୍କ ଦ୍ଵାରା କୋଭିଡି – 19 ପାଇଁ  ଲାଗୁ କରାଯାଇଥିବା ଲକଡାଉନରେ ନୂତନ ଗାଇଡ଼ ଲାଇନ ତିଆରି କରାଯାଇଛି l ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଲକଡାଉନ ୫.୦ ରାଜ୍ୟ ଭିତ୍ତିକ ଲାଗୁକରିବାକୁ ନିର୍ଦେଶ ମିଳିଛି । କରୋନା ସଂକ୍ରମଣ ଦେଖାଯାଉଥିବା କିଛି ଜିଲ୍ଲା ମାନଙ୍କରେ ଏହା ପୁର୍ନବାର  କଠୋର ଭାବେ ପାଳିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଯାଫଳରେ ରାଜ୍ୟସରକାର କିଛ ସର୍ତ୍ତ ମୁଳକ କୋହଳ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ମାସ୍କ ନ ପିନ୍ଧିଲେ
ଓ ବାହାରେ ଛେପ ପକେଇଲେ ୧୦୦୦/ – ଟଙ୍କା ଫାଇନ କାଟିବାକୁ ସରକାର  ନିର୍ଦ୍ଧେଶ ଦେଇଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ  ଲାଗୁ କରାଯାଇଛି  । ଏହି ପରି ପେକ୍ଷୀରେ ଆଜି ମାଲକାନଗିରି ପୋଲିସ  ଆଦର୍ଶ ଥାନା ଅଧିକାରୀ ଶ୍ରୀ ରାମ ପ୍ରସାଦ ନାଗ ଙ୍କ ତତ୍ୱାଵଧାନରେ ଜନଗହଳି ପୂର୍ଣ ସ୍ଥାନ ଯଥା ଡିଏନକେ ଛକ,ବାଲିମେଳା ଛକ, ସୁବାଷ  ଛକ, ଠାରେ ପୋଲିସ ପକ୍ଷରୁ ଜନସଚେତନା ସହ ମାସ୍କ ବଣ୍ଟାଯାଇଥିଲା ।  ଏହି ସମୟରେ ବିଭିନ୍ନ ଛକରେ ହୋଇଥିବା ମାସ୍କ ବଣ୍ଟନ ରେ ପୋଲିସ  ବିଭାଗ ପକ୍ଷରୁ ଥାନାଧିକାରୀ ଙ୍କ ସହଯୋଗୀ ଏ ଏସ ଆଇ ଭାଗିରଥି ଦଳେଇ, ଏସ ଆଇ ଶୁଭଶ୍ରୀ ନାୟକ,କରୁଣାକର ସେଠୀ ମଧ୍ୟ  ଉପସ୍ଥିତ ରହିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking