40.1 C
Bhubaneswar
Thursday, April 25, 2024
Homeଓଡିଶାଗୋସେବାରେ ଚୋରଦା ଯୁବ ବାହିନୀ ୬୦କେ.ଜି.ରୁ ଉର୍ଦ୍ଧ ପଲିଥିନ୍ ଷେଣ୍ଢ ପେଟରୁ ବାହାରିଲା

ଗୋସେବାରେ ଚୋରଦା ଯୁବ ବାହିନୀ ୬୦କେ.ଜି.ରୁ ଉର୍ଦ୍ଧ ପଲିଥିନ୍ ଷେଣ୍ଢ ପେଟରୁ ବାହାରିଲା

ଯାଜପୁର : ଗୋମାତା ହିନ୍ଦୁ ଧର୍ମର ପ୍ରତୀକ, ଜନ୍ମଦାତ୍ରୀ ଓ ବସୁଧାକୁ ମାତାରୂପେ ହିନ୍ଦୁଧର୍ମ ପୁରାଣରେ ବର୍ଣ୍ଣିତ ହୋଇଛି । ସେଥିପାଇଁ ଗୋମାତାଙ୍କୁ ମାତାର ସମ୍ମାନ ଦିଆଯାଇଛି । ଗୋରୁ ଓ ଗାଈମାନଙ୍କୁ ଅବହେଳା କରାଯାଉଛି । ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବ୍ୟାସନଗର ବା ଯାଜପୁରରୋଡ଼ ସହରରେ । ସହରରେ ଯେଉଁମାନେ ଗୋରୁଗାଈ ପାଳିଛନ୍ତି ସେମାନଙ୍କୁ ଘରେ ନରଖି ସହର ଭିତରେ ଛାଡ଼ି ଦେଇଛନ୍ତି । ଗୋରୁ ଓ ଗାଈମାନେ ଖାଇବାକୁ ନପାଇ ପଡ଼ିରହିଥିବା ପଲିଥିନ୍ ଓ ଜରି, ପ୍ଲାଷ୍ଟିକ ଓ ପଚାସଢ଼ା ଖାଦ୍ୟମାନ ଖାଉଛନ୍ତି । ପୌରପରିଷଦ ପକ୍ଷରୁ ପଲିଥିନ୍ ନିଷେଧ କରାଯାଇଛି । କେବଳ କାଗଜ କଲମରେ ସିମିତି ରହିଛି । ବହୁଳ ଭାବରେ ପଲିଥିନ୍ ଦୋକାନିମାନେ ବ୍ୟବହାର କରୁଛନ୍ତି । ଧର୍ମକୁ ଆଖିଠାର ମାରି କେତେକ ବ୍ୟବସାୟୀଙ୍କ ଉପରେ ଜୋରିମାନା କରି ପରେ ବନ୍ଦ କରିନେଲେ । ଯାଜପୁରରୋଡ଼ରେ ପଲିଥିନ୍ ବ୍ୟବହାର ପୁଣି ଆରମ୍ଭ ହୋଇଯାଇଛି । ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଏକ ଷେଣ୍ଢ ରୋଗାକ୍ରାନ୍ତ ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲା । ଚୋରଦା ଗ୍ରାମର ଯୁବକମାନେ ଷେଣ୍ଢଟିକୁ ନେଇ ପଶୁଡ଼ାକ୍ତରଙ୍କୁ ଆଣି ଦେଖାଇଥିଲେ । ଏବଂ ଚିକିତ୍ସାକରି ତା ପେଟକୁ ଅପରେସନ କରି ୬୦କେ.ଜିରୁ ଉର୍ଦ୍ଧ ପଲିଥିନ୍ ଜରି ବାହାର କରି ଯୁବକମାନେ ଷେଣ୍ଢର ଚିକିତ୍ସା କରିଛନ୍ତି । ବର୍ତ୍ତମାନ ଷେଣ୍ଢଟିର ଅବସ୍ଥା ଭଲଅଛି । ସୂଚନା ଯୋଗ୍ୟଯେ ରାସ୍ତାଘାଟରେ ଦୁର୍ଘଟଣା ଗାଈଗୋରୁ ଓ ଷେଣ୍ଢମାନଙ୍କୁ ଚୋରଦା ଗ୍ରାମର ଯୁବକମାନଙ୍କ ପକ୍ଷରୁ ଚୋରଦା ସ୍ଥିତ ରେଜେଷ୍ଟ୍ରି ଅଫିସ୍ ନିକଟସ୍ଥ ଏକ ପଡ଼ିଆରେ ରଖି ଚିକିତ୍ସା କରୁଥିବାରୁ ଯୁବକମାନଙ୍କର ମହାନୀୟତା କାର୍ଯ୍ୟକୁ ସହରରେ ପ୍ରସଂଶା କରୁଛନ୍ତି । ଏହି ଗୋସେବାରେ ଚୋରଦା ଗ୍ରାମର ଯୁବଗୋଷ୍ଠିମାନେ ହେଲେ ସଭାପତି ନରହରି ରାଉତ, ମୁଥୁନ୍‌, ସୌମ୍ୟକାନ୍ତ ବଳ, ସୁଭ୍ରାସୁଂ ରାଉତ, ସିଦ୍ଧାର୍ଥ ନାୟକ, ନିର୍ମଳ ସେଠୀ, ବିଶ୍ୱଜିତ୍ ରାଉତ, ଯାଜପୁରରୋଡ଼ ପଶୁ ଡ଼ାକ୍ତରଖାନାର ଡ଼ାକ୍ତର ପାର୍ଥଶାରଥୀ ଜେନା, ଅବସରପ୍ରାପ୍ତ କମ୍ପାଉଣ୍ଡରମାନେ ହେଲେ ପଦ୍ମନାଭ ସେଠୀ, ଅର୍ଜୁନ ସାହୁ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking