34.1 C
Bhubaneswar
Thursday, April 25, 2024
Homeଓଡିଶାଡଙ୍ଗା ବୁଡ଼ିରେ ମୃତକଙ୍କୁ ବିଜେଡି ପକ୍ଷରୁ ସହାୟତା

ଡଙ୍ଗା ବୁଡ଼ିରେ ମୃତକଙ୍କୁ ବିଜେଡି ପକ୍ଷରୁ ସହାୟତା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତର କନ୍ଧଗୁଡ଼ା ନଦୀ ଘାଟରେ ହୋଇଥିବା ଡଙ୍ଗା ବୁଡି ଘଟଣାରେ ମୃତକଙ୍କ ପରିବାରକୁ ଦଶାହ କାର୍ଯ୍ୟ କରିବାପାଇଁ ବିଜେଡି ଦଳ ପକ୍ଷରୁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଛି।ଓଡ଼ିଶାରେ ୟାଶ ବାତ୍ୟା ତାଣ୍ଡବ ଦେଖାଇ ଯାଇଥିବାବେଳେ,ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରେ ଦୁଃଖଦ ଘଟଣା ଘଟିଜାଇଚି ଡଙ୍ଗା ବୁଡି ୮ ଜଣଙ୍କର ଜୀବନ ଅକାଳରେ ଚାଲିଗଲା।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ବାତ୍ୟା ୟାସ ପାଇ ବ୍ୟସ୍ତ ଥିଲେ ମଧ୍ୟ ଡଙ୍ଗା ବୁଡି ଘଟଣାକୁ ଗୁରୁତର ସହନେଇଛନ୍ତି।ଏହି ଖବର ଶୁଣିବାପରେ ମୁଖ୍ୟମନ୍ତ୍ରୀ ଚିତ୍ରକୋଣ୍ଡା ବିଧାୟକଙ୍କୁ ଘଟଣା ସ୍ଥଳକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ମୃତ ଦେହ ଉଦ୍ଧାର ହେବାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଙ୍କୁ ସକସନ୍ତକ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ପଠେଇଥିଲେ,ତାସହ ମୃତକଙ୍କ ପାଇଁ ସେମାନଙ୍କ ଦଶାହ କାର୍ଯ୍ୟ କରିବାପାଇଁ କିଛିଟା ସହଜୋଗାର ହାତ ବଡାଇଚି ବିଜେଡି ଦଳ,ମୃତକଙ୍କ ପାଇଁ ସମସ୍ତ ପରିବାରକୁ ପଚାଶ ହଜାର ଟଙ୍କାର ସହାୟତା ରାଶି ବିଜେଡି ଦଳ ପକ୍ଷରୁ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମି, ଯୁବ ବିଜେଡ଼ି ସଭାପତି ଆଡାମା ରାବା,ଛାତ୍ର ବିଜେଡ଼ି ସଭାପତି ତାପସ ରଞ୍ଜନ ନାୟକ,ବରିଷ୍ଟ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା,ଚିତ୍ରକୋଣ୍ଡା ବ୍ଲକ ସଭାପତି ହରିମୋହନ ଖିଲ,ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ ଓ ବିଜେଡିର ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ।

ସହାୟତା ରାଶି ପାଇବାପରେ ପରିବାର ଲୋକ ଓ ସେହି ଗ୍ରାମର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ହେଇ ଥିବା ସ୍ଵତେ ଏଠାରେ ଦମକଳ କେନ୍ଦ୍ର ନାଇ କୌଣସି ଦୁର୍ଘଟଣା ହେଲେ ଦମକଳକୁ ଡକେଇଲେ କୁଡୁମୁଲୁଗୁମ୍ମା କିମ୍ବା କୋରୁକୋଣ୍ଡରୁ ଗାଡ଼ି ଆସିଲାବେଲକୁ ବହୁତ ସମୟ ଲାଗିଯାଏ ଚିତ୍ରକୋଣ୍ଡା ରୁ ଏହି ଦୁଇଟି ସ୍ଥାନର ଦୂରତା ୫୦ କିଲୋମିଟର ରୁ ଅଧିକ ସେଥିପାଇଁ ଚିତ୍ରକୋଣ୍ଡାରେ ଗୋଟିଏ ଦମକଳ କେନ୍ଦ୍ର ଖୋଲିବାପାଇ ସାଂସଦଙ୍କ ପାଖରେ ଲୋକମାନେ ଦାବି କରିଥିଲେ।ଏହି କଥାକୁ ସାଂସଦ ଗୁରୁତର ସହ ନେଇ ଚିତ୍ରକୋଣ୍ଡାରେ ଅଗ୍ରାଧିକାର ଭିତ୍ତିରେ ଦମକଳ କେନ୍ଦ୍ର ଖୋଲିବାପାଇଁ ସରକାରଙ୍କୁ ଜଣାଇବେ ବୋଲି କୋହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking