40.1 C
Bhubaneswar
Thursday, April 25, 2024
Homeଓଡିଶାୟାଶ୍‌ ପରେ ବନ୍ୟା, ଜିଲ୍ଲାବାସୀ ଆତଙ୍କିତ 

ୟାଶ୍‌ ପରେ ବନ୍ୟା, ଜିଲ୍ଲାବାସୀ ଆତଙ୍କିତ 

ଯାଜପୁର : କରୋନା ମହାମାରୀ ଜିଲ୍ଲା ବାସୀଙ୍କୁ ଆତଙ୍କିତ କରିଛି ଏହି ସମୟରେ ୟାଶ୍‌ରେ ଲୋକମାନେ କ୍ଷତି ସହି ଥିବା ସମୟରେ ଯାଜପୁର ଜିଲ୍ଲାର ବୈତରଣୀ ନଦୀରେ ବନ୍ୟା ଜଳ ପ୍ରଭାବିତ ହେଉଛି l ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛି l ଜିଲ୍ଲାପାଳ ବନ୍ୟାଜଳର ସ୍ଥିତି ଅନୁଧ୍ୟାନ କରିବା ସଂଗେ ସମୀକ୍ଷା କରୁଛନ୍ତି l କୋରେଇ, ଯାଜପୁର, ଦଶରଥପୁର ବରୀ ଓ ବିଂଝାରପୁର ପୁରର ନଦୀକୁଳ ଗ୍ରାମ ପ୍ରତି ବିପଦ ଦେଖାଦେଇଛି l ଆଜି ବୈତରଣୀ ନଦୀର ବିପଦସ୍ତର ସଂକେତ ଚିହ୍ନ ଉପରେ ବନ୍ୟାଜଳ ବୃଦ୍ଧି ପାଉଛି l ଜିଲ୍ଲା ଜରୁରୀ କାଳୀନ ସେକେସନରୁ ପ୍ରକାଶ ଯେ ଆଖୁଆପଦା ଠାରେ ଥିବା ବୈତରଣୀ ନଦୀ ବିପଦ ସଂକେତ ୧୭, ୮୩ଥିଲା ବେଳେ ୧୮, ୯୭ ରହିଛି l

ସେହିପରି ବଲବୀଘାଟରେ ବିପଦ ସଂକେତ ୧୩, ୩୪ କିନ୍ତୁ ୧୩, ୬୭ ଓ ଦଶରଥପୁର ଠାରେ ବିପଦ ସଂକେତ ୯, ୫୨ ମିଟର ଥିଲା ବେଳେ ୧୧, ୫୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ଦଶରଥପୁର ପ୍ରତି ବିପଦ ଗେନେଉଛି l ନଦୀ ବନ୍ଦକୁ ସୁଦୁଢ କରାଯାଇଛି l ପନିପରିବା ଫସଲ ଉଜୁଡି ଯାଇଛି l କୋରାଇ, ଯାଜପୁର, ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳ ମଗ୍ନ ହୋଇଛି ବନ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି l ଲକଡାଉନ, ସଟଡାଉନ ବଳବ୍ରତ ଥିଲାବେଳ କରୋନା ସଂକ୍ରମିତ ସଂଖ୍ୟା ବୁଦ୍ଧି ପାଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking