29.1 C
Bhubaneswar
Friday, May 30, 2025
Homeଓଡିଶାଜିଲ୍ଲାରେ ଗଡ଼ିଲା କରୋନା ସଚେତନା ରଥ 

ଜିଲ୍ଲାରେ ଗଡ଼ିଲା କରୋନା ସଚେତନା ରଥ 

ମାଲକାନଗିରି : ଆଜି ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଆଜି ସୁବାଷବୋଷ ଛକ ଠାରେ ଜିଲ୍ଲା ପ୍ରଶାସନ, ବଣିକ ସଙ୍ଘ ଓ ପକ୍ଷରୁ କରୋନା ସଚେତନ ରଥର ଶୁଭାରମ୍ଭ ହୋଇଥିଲା । ଆଜିର ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ,ସଂମ୍ମାନୀତ ଅତିଥି ଭାବେ ପିଡ଼ି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପ-ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଫୁଲ କୁମାର ନନ୍ଦ,ତହସିଲଦାର ଡ଼ଃ ଗୁଣନିଧି ନାୟକ, ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଉପସ୍ଥିତ ରହି ସବୁଜ ପତାକା ଦେଖାଇ କରୋନା ରଥ ଆରମ୍ଭ କରିଥିଲା।

ଏହି ରଥ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ର ବିଭିନ୍ନ ଗ୍ରାମକୁ ବୁଲି ଜନସାଧାରଙ୍କୁ ସଚେତନତା କରିବା ସହ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମାସ୍କ ଓ ସାନିଟାଇଜ଼ର କୀଟ ଦେଇ ଲୋକମାନଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ରହିଛି। ଏହି ରଥ ଜିଲ୍ଲାର ୭ଟି ବ୍ଲକ, ବିଭିନ୍ନ ପଂଚାୟତ ଓ ଗାଁ ଗୁଡିକରେ ପ୍ରାୟ ଏକ ମାସ ଧରି ବୁଲିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି କାର୍ଯ୍ୟକ୍ରମ ରେ ସୁବାଷ ବୋଷ ଛକ ଠାରେ ଅତିଥି ମାନଙ୍କ ସହିତ ସାଧାରଣ ଜନତା ମାନେ ମଧ୍ୟ କୋଭିଡ ନିୟମକୁ ମାନି ମାସ୍କ ପିନ୍ଧିବା ସାମାଜିକ ଦୁରତାକୁ ବଜାୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking