27.8 C
Bhubaneswar
Thursday, April 18, 2024
Homeଓଡିଶାଛତିଶଗଡ଼ ୧ କି.ମି ପଶି ଆସିଲା ଓଡିଶା ଭିତରକୁ, ପ୍ରଶାସନ ପାଖରେ ଖବର ନାହିଁ

ଛତିଶଗଡ଼ ୧ କି.ମି ପଶି ଆସିଲା ଓଡିଶା ଭିତରକୁ, ପ୍ରଶାସନ ପାଖରେ ଖବର ନାହିଁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ମଟାପାକା ଗ୍ରାମ ପଂଚାୟତ ଆକରପାଲି ଗ୍ରାମକୁ କବ୍ଜା କରିଛି ଛତିଶଗଡ଼। ଟିଟିବିରି ମତାପାକା ମୁଖ୍ୟ ରାସ୍ତା କଡରେ ଥିବା ଆକରପାଲି ରାଜସ୍ୱ ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା। ଆକରପାଲିରୁ ସୁକୁମା ଯିବା ରାସ୍ତାରେ ଏକ କିଲୋମିଟର ପରେ ମାଙ୍ଗିପାଲି ଦାରବା ଗ୍ରାମ ଟି ଛତିଶଗଡ଼ ର ହୋଇଥିବା ବେଳେ ସେହି ଗ୍ରାମକୁ ଲାଗିକରି ଉଭୟ ରାଜ୍ୟର ସୀମା ଚିହ୍ନଟ ହୋଇଛି। ସେହି ସୀମା ଲାଇନରେ ଏବେ ମଧ୍ୟ ପଥର ଖୁଣ୍ଟି ଅଛି।

କିନ୍ତୁ ବର୍ଷ ବର୍ଷ ଧରି ଓଡିଶା କିମ୍ବା ଛତିଶଗଡ଼ ସରକାର ଲାଇନ ସଫା କରିନଥିବା ପଥର ଡିମା ଗୁଡିକ ମରାମତି କରୁନଥିବାରୁ ଏହି ଲାଇନ ଜଙ୍ଗଲ ସଦୃଶ ରହିଛି। ମାଙ୍ଗିପାଲି ଦାରବା ଗ୍ରାମର ୯୦ ବର୍ଷ ରୁ ଉର୍ଦ୍ଧ୍ବ ରାମା କୁରାମି ପ୍ରକାଶ କରିଛନ୍ତିଯେ ତାଙ୍କ ପିଲାବେଳୁ ଗାଁକୁ ଲାଗିଥିବା ସୀମା ଲାଇନ ଥିବା ସେ ଦେଖି ଆସୁଛନ୍ତି। ଛତିଶଗଡ଼ ରାଜ୍ୟ ସୀମା ଡେଇଁ ଓଡ଼ିଶାର ଆକରପାଲି ପର୍ଯ୍ୟନ୍ତ ରାସ୍ତା କରିଛି ଯାହାକି ଏହା ଓଡ଼ିଶାର ହେବା ସହ ଆକରପାଲି ଗ୍ରାମବାସୀଙ୍କ ଜଙ୍ଗଲ ଜମି ଓଡିଶା ଭିତରେ ରହିଛି ।

ଏ ସମ୍ୱନ୍ଧରେ ମାଟା ପାକା ସରପଞ୍ଚ ବିନାୟକ ମାଡକାମୀ, ଆକରପାଲି ଗ୍ରାମ ମୁଖିଆ ଦୁଲା ମାଡକାମୀ,ୱାଡ଼ ମେମ୍ବର ଆଇତା ପଡ଼ିଆମି,ଗ୍ରାମର ଆଡ଼ମା କାରତାମି, ଇର୍ମା ମାଡକାମୀ ପ୍ରଭୁତି ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ ଆମ ଅଂଚଳରେ ରାସ୍ତା ଘାଟ ଖରାପ ଥିବା ଏବଂ ଛତିଶଗଡ଼ ସୁକୁମା ପାଖ ହେଉଥିବାରୁ ଆମେ ସୁକୁମା ବଜାର ଉପରେ ବନଯାଇ ଦ୍ରବ୍ୟ ବିକ୍ରୀ ଏବଂ ଆବଶ୍ୟକୀୟ ଦ୍ରବ୍ୟ ଖରଦି କରିବା ପାଇଁ ସୁକୁମା ଉପରେ ନିର୍ଭର କରି ଆସୁଛୁ। ଛତିଶଗଡ଼ ସରକାର ପିଚୁ ରାସ୍ତା କରି ଦେବାରୁ ଏବେ ଆମେ ସୁବିଧାରେ ସେହି ରାସ୍ତା ଦେଇ ଯାତାୟାତ କରୁଚୁ। ଛତିଶଗଡ଼ ପସିଆସିଥିବା ଏକ କିମି ଅଞ୍ଚଳ ଆମ ଆକ୍ରପାଲି ଗ୍ରାମବାସୀଙ୍କର ଜଙ୍ଗଲ, ଜଙ୍ଗଳଜମି ଏବଂ ପଟା ଚାଷଜମି ଅଛି।ପ୍ରକାଶ ଥାଉକି ମାଟା ପାକା ପଂଚାୟତ ଆଭ୍ୟନ୍ତରୀଣ ଅଞ୍ଚଳକୁ ଛତିଶଗଡ଼ ସରକାର କିପରି ପଶି ଆସିଲେ ମାଲକାନଗିରି ରାଜସ୍ୱ ବିଭାଗ ପ୍ରତି 2 ବର୍ଷ ରେ ଥରେ ସୀମାନ୍ତ ଲାଇନ ସଫାକରି ପୂର୍ବରୁ ସ୍ଥାପିତ ହୋଇଥିବା ପଥର କିମ୍ବା ସିମେଣ୍ଟ ପିଲର ଗୁଡିକୁ ମରାମତି କରିନାହାନ୍ତି।

ଓଡ଼ିଶାର ବନଜ ଏବଂ ଖଣିଜ ସମ୍ପଦ ଲୁଟ କରିବା ପାଇଁ ଏହା ଛତିଶଗଡ଼ ସରକାରଙ୍କ ଉଦ୍ଧେଶ୍ୟ ନୁହେଁତ ? ଏ ସମ୍ୱନ୍ଧରେ ମାଲକାନଗିରି ତହସିଲଦାର ଗୁଣନିଧି ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଥିଲେ ଯେ ଏ ସମ୍ୱନ୍ଧରେ କୌଣସି ଗ୍ରାମବାସୀ ଘଟଣା ସମ୍ୱନ୍ଧରେ ତାଙ୍କ ଦୃଷ୍ଟି କୁ ଆଣିନାହାନ୍ତି ତେବେ ଏ ସମ୍ୱନ୍ଧରେ ଆସନ୍ତାକାଲି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯିବ। ଏ ସମ୍ୱନ୍ଧରେ ବି ଡି ଓ ମାଲକାନଗିରି ଅଜୟ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଘଟଣା ସ୍ଥଳକୁ ସେ ଯାଇଥିଲେ । ଏ ସମ୍ୱନ୍ଧରେ ପି ଡି ଡି ଆର ଡି ଏ ଙ୍କୁ ଏକ ରିପୋର୍ଟ ଦିଆଯିବ ଏବଂ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ୱ ବିଭାଗ ଘଟଣା ସ୍ଥଳକୁ ଯାଇ ଦୀମାର୍କେସନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking