ସ୍ୱାର୍ଥପର ଯୁଗରେ କିଏ କାହାରି ନୁହେଁ, ଟଙ୍କା ହିଁ ପ୍ରକୃତ ବନ୍ଧୁ

ମାଲକାନଗିରି ( ପ୍ରଭାତ ଶାହା) -ଆଜିର ଏହି ସ୍ୱାର୍ଥପର ଯୁଗରେ କିଏ କାହାରି ନୁହେଁ ଟଙ୍କା ହିଁ ପ୍ରକୃତ ବନ୍ଧୁ l  ତାହାର ଏକ ଉଦାହରଣ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି, ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଯେତେ  ପବିତ୍ର ହେଲେ ବି ଟଙ୍କାର ନିଶା ସବୁକିଛି ନଷ୍ଟ କରିଦେଇଥାଏ l M V-87 ଗ୍ରାମର ସୁମନ୍ତ ଚୌଧୁରୀ ନିଜ ସ୍ତ୍ରୀ ସୀମା ଚୌଧୁରୀଙ୍କୁ କିରୋସିନ ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ l ଆଜିଠୁ ପ୍ରାୟ ତିନି ବର୍ଷ ପୂର୍ବେ  ସୀମାର  ଚରିତ୍ରକୁ  ସନ୍ଦେହେ କରି  ସ୍ୱାମୀ ଓ ଶାଶୁ ଉମା ଚୌଧୁରୀ ଦୁହେଁ ମିଶି ସୀମାକୁ ବିଭିନ୍ନ ପ୍ରକାର  ନିଯ୍ୟାତନା ଦେଇ ଆସୁଥିଲେ l ସୀମା ଏହାକୁ ନସହି ନିଜର ବାପ ଘରକୁ ଚାଲିଯାଇଥିଲା,  ସୀମା ଯିବାର ଏକ ସପ୍ତାହ ପରେ ତାର ଦେଢଶୂର ତାକୁ ପୁଣି ବୁଝାସୁଝା କରି  ନିଜ ଘରକୁ ନେଇଆସିଥିଲେ l
ମାର୍ଚ୍ଚ ମାସ ନଅ ତାରିଖ ଦିନ ସୀମାର  ସ୍ୱାମୀ ତାକୁ  ଟଙ୍କା ମାଗିଥିଲେ କିନ୍ତୁ ସୀମା ଟଙ୍କା ନଦେବାରୁ ସୁମନ୍ତ ରାଗି ଯାଇ ନିଜ ସ୍ତ୍ରୀ ଉପରକୁ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ l ସୀମାରେ ଚିତ୍କାର ଶୁଣି ସହି ପଡୋଶୀ ଲୋକ ମାନେ ଆସି ସୀମାକୁ ଉଦ୍ଧାର କରିଥିଲେ , ପଡୋଶୀ ଲୋକଙ୍କର କହିବା ଅନୁସାରେ
ନିଆଁ ଲାଗି ଥିବାରୁ ସୀମା ଦେହର ଅଧିକାଂଶ ଜଳି ଯାଇଛି  l ଏହା ଦେଖି ଲୋକମାନେ ସୀମାକୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l