31.1 C
Bhubaneswar
Saturday, July 12, 2025
Homeଓଡିଶାସୋଆରେ ଫୁଡକୋର୍ଟ "ଫୁଡକୋଲଜିୟମ'' ଉଦ୍‌ଘାଟିତ

ସୋଆରେ ଫୁଡକୋର୍ଟ "ଫୁଡକୋଲଜିୟମ'' ଉଦ୍‌ଘାଟିତ

ଭୁବନେଶ୍ୱର  : ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ “ଫୁଡକୋଲଜିୟମ” ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଏହି ଫୁଡ କୋର୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଏହି ୫ ମହଲା ବିଶିଷ୍ଟ ଫୁଡକୋର୍ଟ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକା, ଅଧିକାରୀ ଓ କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି ।ସୋଆର ସ୍କୁଲ୍ ଅଫ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଫୁଡକୋର୍ଟରେ ଉଭୟ ଭାରତୀୟ ଏବଂ ବିଦେଶୀ ଖାଦ୍ୟର ସ୍ୱାଦ ସମସ୍ତେ ଉପଭୋଗ କରିବେ । ୧୮ଟି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା
ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏଠାରେ ବିକ୍ରି କରିପାରିବେ । ଭାରତୀୟ ଖାଦ୍ୟ ମଧ୍ୟରେ ମାଲାବାର, ଦକ୍ଷିଣ ଭାରତୀୟ, ମୁଗଲାଇ, ହାଇଦ୍ରାବାଦୀ ଏବଂ ପୂର୍ବ ଭାରତୀୟ ଖାଦ୍ୟ ମିଳିବାର ବ୍ୟବସ୍ଥା ରହିଥିବା ବେଳେ ବିଦେଶୀ ଖାଦ୍ୟ ମଧ୍ୟରେ ଚାଇନିଜ,ଇଟାଲୀୟାନ, ସ୍ପାନିସ, ମେକ୍ସିକାନ ଏବଂ ଓରିଏଂଟାଲ (ସିରିଆନ ଓ ଆଫଗାନୀ) ଖାଦ୍ୟ ଏଠାରେ ଉପଲବ୍ଧ ହେବ ।ଏହି ଫୁଡକୋର୍ଟରେ ୪ ଟି ରେଷ୍ଟୁରାଂଟ ରହିଥିବାବେଳେ ଗ୍ରାଉଣ୍ଡ ଫ୍ଲୋରରେ ଷ୍ଟ୍ରିଟ୍ ଫୁଡକୋର୍ଟର ବ୍ୟବସ୍ଥା ରହିଛି । ଏଥି ସହିତ ବିୟୁଟି ସ୍ପା, ସେଲୁନ, ଡିପାର୍ଟମେଂଟାଲ ଷ୍ଟୋର ଖୋଲାଯାଇଥିବା ବେଳେ ଖୁବ ଶୀଘ୍ର ଏଠାରେ ଏକ ବୁଟିକ୍ ମଧ୍ୟ ଖୋଲାଯିବ ବୋଲି ଏସ.ଏଚ.ଏମ. ପକ୍ଷରୁ କୁହାଯାଇଛି ।
ଛାତ୍ରଛାତ୍ରୀମାନେ ବିଶେଷ କରି ଯେଉଁମାନେ ହଷ୍ଟେଲରେ ରହୁଛନ୍ତି ନିଜ ସ୍ୱାଦ ଅନୁସାରେ ଖାଦ୍ୟ ଖାଇବା ପାଇଁ ସେମାନେ ମୁଖ୍ୟତଃ କ୍ୟାମ୍ପସ ବାହାରକୁ ଯାଇଥାନ୍ତି । ତେଣୁ ଛାତ୍ରଛାତ୍ରୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଫୁଡକୋର୍ଟର ବ୍ୟବସ୍ଥା କରାଯାଇଛି । କେବଳ ଆଇଟିଇଆର ନୁହେଁ ସୋଆର ସମସ୍ତ କ୍ୟାମ୍ପସର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା, ଅଧିକାରୀ ଓ କର୍ମଚାରୀ ଏହି ଫୁଡକୋର୍ଟର ଲାଭ ଉଠାଇ ପାରିବେ ବୋଲି ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର କହିଛନ୍ତି ।ବୁଧବାର ଅନୁଷ୍ଠିତ ଉଦଘାଟନୀ ଉତ୍ସବ ଏବଂ ଶୁଭାରମ୍ଭ ପୂଜାରେ ସୋଆ ଉପସଭାପତି ଶ୍ରୀମତୀ ଦାସଙ୍କ ସମେତ ସୋଆ କୂଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ଆଇଟିଇଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଡ଼ିନ୍ ରିସର୍ଚ୍ଚ ପ୍ରଫେସର ପି.କେ.ନନ୍ଦ, ଡ଼ିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଏମଏସ ଆଣ୍ଡ ସମ ହସପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking