34.1 C
Bhubaneswar
Wednesday, May 1, 2024
Homeଖାଦ୍ୟକୁକରରେ ପ୍ରସ୍ତୁତ କରନ୍ତୁ ରୁଟି

କୁକରରେ ପ୍ରସ୍ତୁତ କରନ୍ତୁ ରୁଟି

ଭୁବନେଶ୍ୱର : ସାଧାରଣତଃ ସଭିଏଁ ରୁଟି ତିଆରି କରିବା ପାଇଁ ତାୱା ବ୍ୟବହାର କରିଥାନ୍ତି । ମାତ୍ର ରୁଟି କରିବା ପାଇଁ ଏଭଳି ଏକ ସହଜ ଉପାୟ କଥା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଏକ ଶୈଳୀ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା କିପରି କୁକରରେ ବନୁଛି ରୁଟି ।
ପ୍ରଥମେ ଅଟାରେ ପାଣି ମିଶାଇ ଅଟା ଚକଟା ପ୍ରସ୍ତୁତ କରିବା ପରେ , କିଛି ସମୟ ରଖିଦିଅନ୍ତୁ । ଏହା ପରେ ଛୋଟ ଛୋଟ ଆକୃତିର ଗୁଳା କରି ବେଲି ଦିଅନ୍ତୁ । ଏହି ସବୁ ରୁଟିକୁ ଏକ ପ୍ଲେଟରେ ରଖି ଦିଅନ୍ତୁ । ରୁଟି ଗୁଡିକ ପରସ୍ପର ନ ଲାଗିବା ପାଇଁ ରୁଟି ମଝିରେ ଟିକେ ଟିକେ ଅଟା ଛିଞ୍ଚି ଦିଅନ୍ତୁ । ଏହା ପରେ କୁକର ଚାରିପଟେ ଅଳ୍ପ ତେଲ ଲଗାଇ ଗ୍ୟାସରେ ବସାଇ ଦିଅନ୍ତୁ । ତା’ପରେ କୁକରର ସିଟି କାଢି ଦିଅନ୍ତୁ ଏବଂ ବେଲିଥିବା ରୁଟି ଗୁଡିକୁ କୁକରରେ ରଖିଦିଅନ୍ତୁ । କୁକର କ୍ୟାପ୍ ଦେଇଦିଅନ୍ତୁ ଏବଂ କିଛି ସମୟ ପରେ ରୁଟି ଗୁଡିକୁ ଓଲଟାଇ ଦିଅନ୍ତୁ । ଦେଖିବେ ମାତ୍ର କିଛି ମିନିଟ୍‌ରେ ରୁଟି ପ୍ରସ୍ତୁତ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking