22.1 C
Bhubaneswar
Wednesday, January 22, 2025
Homeଖେଳମହେନ୍ଦ୍ର ସିଂ ଧୋନି ସିଏସକେର ଅଧିନାୟକତ୍ୱ ପଦ ଛାଡ଼ିଲେ

ମହେନ୍ଦ୍ର ସିଂ ଧୋନି ସିଏସକେର ଅଧିନାୟକତ୍ୱ ପଦ ଛାଡ଼ିଲେ

ନୂଆଦିଲ୍ଲୀ: ବଦଳିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ। ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକତ୍ୱ ଛାଡିଛନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ସିଏସକେର ଅଧିନାୟକ କରାଯାଇଛି। ଧୋନି ଏବେ ଜଣେ ଖେଳାଳି ଭାବରେ ଦଳ ସହିତ ଖେଳିବା ଜାରି ରଖିବେ। ଏଥର ସିଏସକେ ଜାଡେଜା ଏବଂ ଧୋନିଙ୍କ ସମେତ ୪ଜଣ ଖେଳାଳିଙ୍କୁ କିଣିଥିଲା। ଜାଡେଜାଙ୍କୁ ୧୬କୋଟି ଟଙ୍କାରେ କିଣାଯାଇଥିବା ବେଳେ ଧୋନିଙ୍କୁ ୧୨କୋଟି ଟଙ୍କାରେ କିଣାଯାଇଥିଲା। ତାଙ୍କ ବ୍ୟତୀତ ମୋଏନ୍ ଅଲିଙ୍କୁ ୮କୋଟି ଏବଂ ରିତୁରାଜ ଗାଇକୱାଡଙ୍କୁ ୬କୋଟି ଟଙ୍କାରେ କିଣାଯାଇଥିଲା।

ଜାଡେଜା ୨୦୧୨ମସିହାରୁ ଚେନ୍ନାଇ ଦଳ ସହିତ ରହିଆସିଥିବା ବେଳେ ସେ ସିଏସକେ ଦଳର ତୃତୀୟ ଅଧିନାୟକ ହେବାକୁ ଯାଉଛନ୍ତି। ମହେନ୍ଦ୍ର ସିଂ ଧୋନି ୨୦୦୮ରେ ଆଇପିଏଲର ପ୍ରଥମ ସିଜନ୍ ଠାରୁ ଦଳର ନେତୃତ୍ୱ ନେଉଥିଲେ। ଧୋନୀ ୨୧୩ଟି ମ୍ୟାଚର ଅଧିନାୟକତ୍ୱ କରିଥିବାବେଳେ ଦଳକୁ ସେ ୧୩୦ଟି ମ୍ୟାଚରେ ବିଜୟୀ କରାଇଛନ୍ତି। ସୁରେଶ ରାଇନା ମଧ୍ୟ ୬ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ଦଳ ମାତ୍ର ୩ଟି ମ୍ୟାଚ ଜିତିଛି। ଆଇପିଏଲ୍‌-୨୦୨୨ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଏହି ପଞ୍ଚଦଶ ସଂସ୍କରଣର ସମସ୍ତ ମ୍ୟାଚ୍‌ ମହାରାଷ୍ଟ୍ରର ୪ ଭେନ୍ୟୁରେ ହିଁ ଖେଳାଯିବ। ୨୬ ତାରିଖ ଉଦ୍‌ଘାଟନୀ ଦିବସରେ ଗତଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କୋଲ୍‌କାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ତେବେ ଏହା ପୂର୍ବରୁ ସିଏସକେ ନିଜ ଅଧିନାୟକ ବଦଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking