ନବରଙ୍ଗପୁର : ସରକାର ପ୍ରତି ରାଜସ୍ବ ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନାରେ କାର୍ଯ୍ୟକୁ ସୁଚାର ରୂପେ ପରିଚାଳନା କରିବା ପାଇଁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୁଃଖର ବିଷୟ ମେଟ ମାନଂକୁ କେତେକ ପଞ୍ଚାୟତ ରାଜ ବିଭାଗରେ କିଛି ସରକାରୀ କର୍ମଚାରୀ ଓ କିଛି ଠିକାଦାରଙ୍କ ମିଳିତରେ ମେଟ ମାନେ କାର୍ଯ୍ୟରେ ବଞ୍ଚିତ କରୁଛନ୍ତି । ଯାହାକି ମନେରେଗା ପ୍ରକଳ୍ପ ର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ମେଟ ମାନେ ଜାଣି ପାରୁନାହାନ୍ତି । ବିନା ଫଳକରେ କାର୍ଯ୍ୟ ଆରମ୍ଭ କରି କାର୍ଯ୍ୟ ଶେଷ କରୁଛନ୍ତି । ମେଟ ମାନେ କାର୍ଯ୍ୟଦେଶ ପାଇଁ ବିଭାଗର ଅଧିକାରୀଙ୍କୁ ପଚାରିଲେ ଫାଇଲ ଖୋଲା ହୋଇନାହିଁ ବୋଲି କହୁଛନ୍ତି । ତେଣୁ ଏଭଳି ଝରୀଗାଁ ବ୍ଲକରେ କାର୍ଯ୍ୟ ଚାଲିଲେ ମନେରେଗା କାର୍ଯ୍ୟ ଏବଂ ବ୍ଲକର ଉନ୍ନତି ହୋଇ ପାରିବ ନାହିଁ । ସେଥିପାଇଁ ମେଟ (met )ମାନଂକୁ ତୁରନ୍ତ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଦଲାଲ ଠିକାଦାରଙ୍କୁ ତୁରନ୍ତ କାର୍ଯ୍ୟକୁ ପଦଖେପ ନିଆଯାଉ ବୋଲି ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି ।