33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ

ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁମ୍ବାଇର ପୂର୍ବ କମିଶନର ପରମବୀର ସିଂହ ବିଗତ ଦିନରେ ଚିଠି ଲେଖି ଅନିଲ ଦେଶମୁଖଙ୍କ ଉପରେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ଉପରେ ଅଭିଯୋଗ କରିଥିଲେ । ଏହାପରେ ଅନିଲ ଦେଶମୁଖ ସମସ୍ତଙ୍କ ଟାର୍ଗେଟ ବନିଯାଇଥିଲେ । ସୋମବାର ଯେତେବେଳେ ବମ୍ବେ ହାଇକୋର୍ଟ ତାଙ୍କ ବିରୋଧରେ ସିବିଆଇ ତଦନ୍ତକୁ ମଂଜୁରୀ ଦେଲେ, ଅନିଲ ଦେଶମୁଖ ନିଜ ପଦ ପରିତ୍ୟାଗ କଲେ । ବମ୍ବେ ହାଇକୋର୍ଟ ସିବିଆଇକୁ ପରମବୀର ସିଂହଙ୍କ ଦ୍ୱାରା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଲଗାଯାଇଥିବା ଭ୍ରଷ୍ଟାଚାର ଆରୋପର ୧୫ ଦିନ ଭିତରେ ପ୍ରାରମ୍ଭିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରମବୀର ସିଂହ ବମ୍ବେ ହାଇକୋର୍ଟରେ ଏନେଇ ଆବେଦନ କରିଥିଲେ । ପରମବୀରଙ୍କ ଅଭିଯୋଗ ଅନୁସାରେ, ଦେଶମୁଖ ଅନେକ ପୋଲିସ ଅଧିକାରୀଙ୍କୁ ପ୍ରତି ମାସରେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ଆସିଯାଇଥିଲା । ଏମିତିକି ତାଙ୍କ ଇସ୍ତଫା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପୂର୍ବରୁ କୋର୍ଟ କହିଥିଲେ ଯେ, ଏପର୍ଯ୍ୟନ୍ତ କଣ ପାଇଁ ଏଫଆଇଆର କରାଯାଇନାହିଁ । କୋର୍ଟ ଆହୁରି ମଧ୍ୟ ସିଂହଙ୍କୁ କହିଥିଲେ, ଯେ ପର୍ଯ୍ୟନ୍ତ ଏଫଆଇଆର ହୋଇନାହିଁ, ସେ ପର୍ଯ୍ୟନ୍ତ ସିବିଆଇ ଯାଂଚ ଆଦେଶ କିପରି ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking