32.1 C
Bhubaneswar
Thursday, May 2, 2024
Homeଖାଦ୍ୟସୁପରଫୁଡ ‘ଚିଆ ସିଡ୍‌ସ’

ସୁପରଫୁଡ ‘ଚିଆ ସିଡ୍‌ସ’

ଭୁବନେଶ୍ୱର : ଚିଆସିଡ୍‌ସକୁ ସବ୍ଚା ମଧ୍ୟ କୁହାଯାଇଥାଏ । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ।  ଏଥିରେ ଖିର ଠାରୁ ଅଧିକ ପରିମାଣରେ କ୍ୟାଲସିୟମ ରହିଥାଏ ।  ଏଥିରେ ଓମେଗା-୩ ଫ୍ୟାଟି ଏସିଡ ମଧ୍ୟ ବହୁ ପରିମାଣରେ ମିଳିଥାଏ ।  ଏହାଛଡା ଫାଇବର, କପର, ଫସଫରସ, ପୋଟାସିୟମ ଓ ଜିଙ୍କ ଭଳି ଅନେକ ପୋଷକ ତତ୍ତ୍ୱ ମଧ୍ୟ ଏହି ଛୋଟ ମଞ୍ଜି ଗୁଡିକ ରେ ରହିଛି ।  ଏଥିପାଇଁ ଏହାକୁ ସ୍ୱାସ୍ଥ୍ୟ ପାଇଁ ସୁପର ଫୁଡ କୁହାଯାଏ ।  ଏହାର ନିଜର କୌଣସି ସ୍ୱାଦ ନଥାଏ ତେଣୁ ଏହାକୁ ଯେକୌଣସି ଖାଦ୍ୟ ସହ ମିଶାଇ ଖାଇ ହୋଇଥାଏ ।  ଏହାକୁ ପାଣି ଭିଜାଇ ୩୦ ମିନିଟ ପରେ ବ୍ୟବହାର କରିବା ଉଚିତ ।

ଆସନ୍ତୁ ଜାଣିବା ଚିଆ ସିଡ୍‌ସର କିଛି ଉପକାରିତା ବିଷୟରେ :

୧- ଏଥିରେ ପ୍ରୋଟିନ ପରିମାଣ ଅଧିକ ଥିବାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକକୁ ରୋକିବାରେ ସାହାଯ୍ୟ କରିଥାଏ । ତେଣୁ ଓଜନ ହ୍ରାସ କରିବା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ।

୨- ଏହା ଡାଇବେଟିସ ପାଇଁ ଉପଯୋଗୀ ଅଟେ ଓ ଏହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେଭଲ ସ୍ଥିର ରହିଥାଏ ।

୩- ଚିଆ ସିଡ୍‌ସ ଶରୀରର ବ୍ୟାଡ କୋଲୋଷ୍ଟ୍ରଲକୁ କମାଇ ଗୁଡ୍ କୋଲୋଷ୍ଟ୍ରଲ ଲେଭଲକୁ ବଢାଇଥାଏ ।

୪- ଏହା ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ସଠିକ ରହିଥାଏ ।

୫- ଏହା ଶରୀରକୁ ଏନର୍ଜି ଦେଇଥାଏ ତେଣୁ ଏହାକୁ ବ୍ୟାୟାମ ପୁର୍ବରୁ କିମ୍ବା ପରେ ଖାଇବା ଉଚିତ ।

୬- ୨ ଚାମଚ ଚିଆ ସିଡ୍‌ସରେ ୧୮ ଗ୍ରାମ କ୍ୟାସଲିୟମ ରହିଥାଏ । ଏହା ଆମ ଶରୀରର ଅସ୍ଥି, ଦାନ୍ତ, ନଖ ଇତ୍ୟାଦିକୁ ମଜଭୁଦ ରଖିବାରେ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking