28.1 C
Bhubaneswar
Sunday, September 8, 2024
Homeଓଡିଶାମଦଭାଟି ମାଲିକଙ୍କ କଳାଟଙ୍କା: ଚତୁର୍ଥ ଦିନରେ ଆରମ୍ଭ ହେଲା ଟଙ୍କା ଗଣତି

ମଦଭାଟି ମାଲିକଙ୍କ କଳାଟଙ୍କା: ଚତୁର୍ଥ ଦିନରେ ଆରମ୍ଭ ହେଲା ଟଙ୍କା ଗଣତି

ବଲାଙ୍ଗୀର: ଦିନ ଗଡୁଛି ମଦଭାଟି ମାଲିକଙ୍କ କଳାଟଙ୍କା ସାମ୍ରାଜ୍ୟର ଗୁମର ଖୋଲୁଛି । ଯେଉଁଠି ଚଢ଼ାଉ କଲେ ମିଳୁଛି ପୁଳା ପୁଳା ଟଙ୍କା ବିଡ଼ା । ସ୍ଥିତି ଏମିତି ଯେ ଟଙ୍କା ଗଣିବାକୁ ମେସିନ ବି କମ ପଡୁଛି । ଆଜି ଚତୁର୍ଥ ଦିନରେ ଆରମ୍ଭ ହୋଇଛି ଟଙ୍କା ଗଣା ପ୍ରକ୍ରିୟା । ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଆଇଟି ଅଧିକାରୀ ପହଞ୍ଚିଛନ୍ତି । ଟଙ୍କା ଗଣିବା ପାଇଁ ଏସ୍‌ବିଆଇ ମୁଖ୍ୟ ଶାଖାକୁ ବିଭିନ୍ନ ବ୍ୟାଙ୍କରୁ ଅତିରିକ୍ତ ନୋଟ ଗଣତି ମେସିନ ଅଣାଯାଇଛି । ଗତକାଲି ବଲାଙ୍ଗୀର ସୁଦପଡ଼ା ମଦଭାଟି ମାଲିକଙ୍କ ସମ୍ପର୍କୀୟଙ୍କ ଘରେ ପୁଣି ଥରେ ଆଇଟି ଅଧିକାରୀ ଚଢ଼ାଉ କରିଥିଲେ । ବଣ୍ଟି ସାହୁ ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୨୩୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ଅନୁମାନ କରାଯାଉଛି । କଡା ସୁରକ୍ଷା ବଳରେ ୧୯ଟି ବ୍ୟାଗରେ ବଲାଙ୍ଗୀର ଏସବିଆଇ ମୁଖ ଶାଖାକୁ ଟଙ୍କା ଅଣାଯାଇଥିଲା । ଗତକାଲି ବି ସୁଦପଡା ମଦଭାଟିରେ ହୋଇଥିଲା ଚଢ଼ାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking