28.1 C
Bhubaneswar
Saturday, July 27, 2024
Homeଓଡିଶାଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା; ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା; ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ

କଟକ : ଆସିଷ୍ଟାଂଟ୍ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କିତ ଅଭିଯୋଗ ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ରୁଜୁ ୩ଟି ପୃଥକ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଶେଷ ହୋଇଛି । ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ଆସନ୍ତା ୧୧ ତାରିଖକୁ ଯୁକ୍ତି ଉପସ୍ଥାପନ କରିବାକୁ ଆଦେଶ ଦେଇଛନ୍ତି।  ଅନ୍ୟପକ୍ଷରେ ଅଦାଲତଙ୍କ ପୂର୍ବ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିଛି । ଆବେଦନକାରୀ କବିତା ଜେନା, ସତ୍ୟବ୍ରତ ନାୟକ ଓ ଅନ୍ୟମାନଙ୍କ ସହିତ ଓପିଏସସି ପକ୍ଷରୁ ଦାୟର ରିଟ୍ ଅପିଲ ଗୁଡିକର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି ।   ସୂଚନାଥାଉକି ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ  କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଦର୍ଶାଯାଇଥିଲା । ୧ ଲକ୍ଷ ୪୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୯ ଜଣ ଅନୁପସ୍ଥିତ ଥିଲେ । ହାଇକୋର୍ଟ ଏହି ମାମଲାରେ  ରାଜ୍ୟ ସରକାର ଏବଂ ଓପିଏସସିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଏଏସଓ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ,କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ଏଏସଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ ଓ ବିଷୟଭିତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା ଲାଗୁ ବେଆଇନ ଦର୍ଶାଇ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ଅବେଦନର ହାଇକୋର୍ଟ ଶୁଣାଣି କରି ଓପିଏସସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ଚଳିତବର୍ଷ ମେ ୧୯ରେ ରଦ୍ଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking