22.1 C
Bhubaneswar
Monday, February 26, 2024
Homeଓଡିଶାବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ: କୁହୁଳୁଛି ଅସନ୍ତୋଷ, ଯାଞ୍ଚ କମିଟି ରିପୋର୍ଟକୁ ଅପେକ୍ଷା 

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ: କୁହୁଳୁଛି ଅସନ୍ତୋଷ, ଯାଞ୍ଚ କମିଟି ରିପୋର୍ଟକୁ ଅପେକ୍ଷା 

କଟକ: ଚଳିତ ବର୍ଷ ବାଲିଯାତ୍ରାରେ ହୋଇଥିବା ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଦୁର୍ନୀତି ଛିଟା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । କଟକ ମହାନଗର ନିଗମର ବିରୋଧୀ ଓ ଶାସକ ଦଳ କର୍ପୋରେଟରମାନେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗର ତଦନ୍ତ କରିବାକୁ ଯାଞ୍ଚ କମିଟି ଗଠନ କରାଯାଇଛି । ଆସନ୍ତା କାଉନସିଲ ବୈଠକରେ ଏହି କମିଟି ରିପୋର୍ଟ ଉପସ୍ଥାପନ କରିବ । ଏଥି ପାଇଁ କମିଟି ସମସ୍ତ ବିଷୟକୁ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ସିଏମସି ପକ୍ଷରୁ ୫ କୋଟି ଟଙ୍କା ବ୍ୟୟ କରାଯିବା ନିମନ୍ତେ ଗତ କାଉନସିଲ ବୈଠକରେ ଅନୁମୋଦନ ହୋଇଥିଲା । ଏହି ପରିପ୍ରେକ୍ଷୀରେ କେଉଁ ବାବଦକୁ କେତେ ଟଙ୍କା ବ୍ୟୟ କରାଯିବ ସେଥିପାଇଁ ଏକ ବ୍ୟୟ ଅଟ୍ଟକଳ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

କନ୍‌ସେପ୍ଟ କମ୍ୟୁନିକେସନ ନାମକ ମୁମ୍ବାଇର ଏକ କମ୍ପାନୀକୁ ୩ କୋଟି ୩୨ଲକ୍ଷ ଟଙ୍କାରେ ଲେଜର ଲାଇଟ୍ ଶୋ’, ତୋରଣ, ପ୍ରଜ୍ଞାପନ ମେଢ଼, ସବୁଜ ବାଣଫୁଟା, କାନ୍ଥ ସୌନ୍ଦର୍ଯ୍ୟକରଣ, ସେଲ୍‌ଫି କେନ୍ଦ୍ର ପ୍ରଭୃତି ଦାୟିତ୍ୱ ଦିଆଯାଇଥିଲା । ଗତବର୍ଷ ଦୁଇଟି ତୋରଣ ବାବଦକୁ ୧୬ ଲକ୍ଷ ଖର୍ଚ୍ଚ ହୋଇଥିଲା । ମାତ୍ର ଚଳିତବର୍ଷ ୩୨ ଲକ୍ଷ ବ୍ୟୟ ଅଟ୍ଟକଳକୁ ସହଜରେ ଗ୍ରହଣଯୋଗ୍ୟ ନୁହେଁ ବୋଲି କିଛି କର୍ପୋରେଟର ଅଭିଯୋଗ ଉଠାଇଛନ୍ତି । ବାଉଁଶ, ପଟ୍ଟାରେ ନିର୍ମିତ ତୋରଣରେ ଦୁର୍ନୀତି ହେବା ସହ ୨୭ ଲକ୍ଷ ଟଙ୍କାର ବାଣ ଫୁଟା, ୯୫ ଲକ୍ଷ ଟଙ୍କାରେ ଲେଜର ଲାଇଟ୍ ଶୋ’ରେ ବ୍ୟାପକ ଦୁର୍ନୀତି କରାଯାଇଥିବା ନେଇ ଉଭୟ ବିରୋଧୀ ଓ ଶାସକ ଦଳର କର୍ପୋରେଟର ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ କୌଣସି ସଂସ୍ଥାକୁ ଟଙ୍କାଟିଏ ଦିଆଯାଇ ନାହିଁ । ତେଣୁ ଦୁର୍ନୀତି ହୋଇ ନଥିବା ମେୟର ସୁବାସ ସିଂହ କହିଛନ୍ତି । ଯାଞ୍ଚ କମିଟି ପ୍ରକୃତ ବ୍ୟୟ ରିପୋର୍ଟ ଦେବା ପରେ ହିଁ ଯାହା ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking