40.1 C
Bhubaneswar
Friday, May 3, 2024
Homeଅପରାଧମାନସିକ ବିକୃତ ମହିଳାଙ୍କୁ  ରକ୍ତାତ ଅବସ୍ତାରେ ଉଦ୍ଧାର କରି  ମାନବିକତା ଦେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ...

ମାନସିକ ବିକୃତ ମହିଳାଙ୍କୁ  ରକ୍ତାତ ଅବସ୍ତାରେ ଉଦ୍ଧାର କରି  ମାନବିକତା ଦେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ ସରଜିନି ସିଂ

ମୟୂରଭଞ୍ଜ(ଘାସିରାମ ବେହେରା) – ଯୌନ ରାକ୍ଷସର ଅମାନବିକ କାର୍ଯ୍ୟ ଶିକାର ହେଲା ମାନସିକ ବିକୃତ ମହିଳା।   ଗୁରୁତ୍ତର ସାଙ୍ଗକୁ ରକ୍ତାକ୍ତ ଅବସ୍ଥାରେ ସାମାଜିକ କର୍ମୀ ଏବଂ ପୋଲିସ ଦ୍ଵାରା ଉଦ୍ଧାର। ଯୌନ ଲାଳସା ମେଣ୍ଟାଇବା ପାଇଁ ସଟଡାଉନର ନିର୍ଜନତା ଯୁବତୀ ପାଇଁ କାଳ ସାଜିଲା।କେହି ଦୁର୍ବୃତ୍ତ ଜନୈକା ମହିଳାଙ୍କୁ ଦୁଷ୍କର୍ମ କରି ଅମାନବିକ ଭାବେ ଗୁରୁତ୍ତର ଅବସ୍ଥାରେ ଫିଙ୍ଗି ଦେଇ ଖସି ପଳାଇ ଯାଇଥିବା ଜଣାପଡ଼ିଛି। ତେବେ ଦୁଷ୍କର୍ମର ଶିକାର ମାନସିକବିକୃତ ମହିଳା ଗତକାଲି ବିଳମ୍ବିତ ରାତିରେ  ରକ୍ତାକ୍ତ ଅବସ୍ଥାରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଇଂ ଦୀପକ ସାହୁ ନାମକ ଜୈନେକ ସାମାଜିକକର୍ମୀ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବରପାଇ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ନିଜେ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ପଡି ଛଟପଟ ହେଉଥିବା ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସ ଡକାଇ ନିଜେ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି । ତେବେ ମାନସିକ ବିକୃତ ମହିଳାଙ୍କୁ କେହି ଦୁର୍ବୃତ୍ତ ଅମାନବିକ ଭାବରେ ଦୁଷ୍କର୍ମକରି ଷ୍ଟାଡିୟମ ନିକଟରେ ରକ୍ତାକ୍ତ ଅଵସ୍ଥାରେ ଫିଙ୍ଗିଚାଲି ଯାଇଥିବା  ଅନୁମାନ କରୁଛି ପୋଲିସ । ତେବେ ପୀଡିତା ମହିଳାଙ୍କ ଅତ୍ୟଧିକ ରକ୍ତସ୍ରାବ ହେବାରୁ ଗୁରୁତର ହୋଇ ସେଠାରେ ଛଟପଟ ହେଉଥିବା ବେଳେ ଦେବଦୂତ ସାଜି ମାନବିକତାର ପରିଚୟ ଦେଲେ ଥାନା ଅଧିକାକାରିଣୀ ଏବଂ ସାମାଜିକ କର୍ମୀ ଇଂ ଦୀପକ ସାହୁ । ଏଇଘଟଣା ପରେ ସମସ୍ତେ ଉଭୟଙ୍କୁ  ଶୁଭେଚ୍ଛା ଜଣେଇବା ସହିତ କରୋନା ମହାମାରୀ ସମୟରେ ପୀଡିତାଙ୍କୁ ଉଦ୍ଧାର କରିବା ଭଳି ମହାନ କାର୍ଯ୍ୟ କରି ସ୍ଥାନୀୟ ଅଞ୍ଚଳର ସବୁ ମହଲରେ ବେଶ ପ୍ରଶଂସିତ ହେଉଛନ୍ତି । ତେବେ ଏପରି ଏକ ଘୃଣ୍ୟକାର୍ଯ୍ୟ କରିଥିବା ଦୁର୍ବୃତ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking