38.1 C
Bhubaneswar
Saturday, April 20, 2024
Homeଓଡିଶାଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ପ୍ରେମ ପ୍ରକାଶ ମିଶ୍ର

ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ପ୍ରେମ ପ୍ରକାଶ ମିଶ୍ର

 
ବଲାଙ୍ଗିର,- ବଲାଙ୍ଗିର ର ଯୁବ ନେତା ତଥା ପୁର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କୁ ଆଜି ବଲାଙ୍ଗିର ଜିଲ୍ଲାର ନୁତନ ଯୁବ କଂଗ୍ରେସ ସଭାପତି ଭାବରେ ନିଯୁକ୍ତି ହୋଇଛି । ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୁତି ରଞ୍ଜନ ଲେଙ୍କା ପ୍ରେମ ପ୍ରକାଶ ମିଶ୍ରଙ୍କ ନୁତନ ନିଯୁକ୍ତି ନେଇ ଆଧିକାରିକ ଭାବେ ଜଣାଇଛନ୍ତି । ଶ୍ରୀ ମିଶ୍ର ବର୍ତ୍ତମାନ ବଲାଙ୍ଗିର ବିଧାନ ସଭା କ୍ଷେତ୍ର ର ଯୁବ କଂଗ୍ରେସ ସଭାପତି ଥିଲେ ଆଜି ଠାରୁ ସେ ଜିଲ୍ଲା ର ନୁତନ ଯୁବ କଂଗ୍ରେସ ସଭାପତି ଭାବେ ଦାଇତ୍ୱ ନେବେ । ଏହି ନୁତନ ନିଯୁକ୍ତି ପାଇଁ ଶ୍ରି ମିଶ୍ର ବଲାଙ୍ଗିର ର ବିଧାୟକ ନରସିଂହ ମିଶ୍ର , ଏଆଇସିସି ସଦଶ୍ୟ ତଥା ଓଡିଶା ରାଜ୍ୟ କଂଗ୍ରେସ ର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜାତିୟ ଯୁବ କଂଗ୍ରେସ ସଭାପତି ଶ୍ରିଯୁକ୍ତ ଶ୍ରିନିବାସ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୁତି ରଞ୍ଜନ ଲେଙ୍କା , ଏଆଇସିସି ସଂପାଦକ ଡା. ବିଶ୍ୱ ରଞ୍ଜନ ମାହାନ୍ତି , ଜାତିୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ପ୍ରତିଭା ରାଘୁବଂଶି ଏବଂ ସଂପାଦକ ରିଜୁଲ ଅନସାରିଙ୍କୁ ଧନ୍ୟବାଦ ଦେବା ଶହ କୃରଜ୍ଞତା ଜଣାଇଛନ୍ତି । ତାଙ୍କର ଏହି ନୁତନ ନିଯୁକ୍ତି ବାଲାଙ୍ଗିର ଜିଲ୍ଲା ରେ ଯୁବ କଂଗ୍ରେସ କୁ ନିଶ୍ଚିତ ଭାବେ ଅଧିକ କ୍ରିୟାଶିଳ ଓ ଲୋକାଭିମୁଖି କରିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking