30.1 C
Bhubaneswar
Friday, April 26, 2024
Homeଓଡିଶାମା’ ସମଲେଶ୍ୱରୀଙ୍କ ରହସ୍ୟ

ମା’ ସମଲେଶ୍ୱରୀଙ୍କ ରହସ୍ୟ

ସମ୍ବଲପୁର : ଜଗତଜନନୀ ମା’ ସମଲେଶ୍ୱରୀଙ୍କ କେବଳ ପଶ୍ଚିମ ଓଡ଼ିଶାର ନୁହଁ ସାରା ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ । ସମ୍ବଲପୁରର ମହାନଦୀ କୂଳେ ମା’ ସମଲେଶ୍ୱରୀ ପୂଜା ପାଉଛନ୍ତି । ମା’ଙ୍କ ନାମ ଅନୁସାରେ ସହରର ନାମ ସମ୍ବଲପୁର ହୋଇଛି । ମା’ ସମଲେଶ୍ୱରୀଙ୍କ ପ୍ରଥମ ପୂଜା ବିନା ସହରର କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇନଥାଏ । ମା’ ଙ୍କ ଦର୍ଶନ କରିବା ପାଇଁ ରାଜ୍ୟ ତଥା ତାଜ୍ୟ ବାହାରୁ ହଜାର ହଜାର ଭକ୍ତ ଏଠାକୁ ଆସିଥାନ୍ତି ।

ଏହି ପୀଠରେ ମା’ ସମଲେଶ୍ୱରୀଙ୍କ ୩ ଟି ମୁଖ୍ୟ ପର୍ବ ପାଳନ କରାଯାଇଥାଏ । ଗୋଟିଏ ହେଉଛି ନୂଆଖାଇ , ଆର ଦୁଇଟି ହେଉଛି ମା’ ଙ୍କ ନବରାତ୍ରୀ ପୂଜା । ନୂଆଖାଇ ଦିନ ପ୍ରଥମ ଅନ୍ନ ସମର୍ପଣ କରିବା ପରେ ହିଁ ପଶ୍ଚିମ ଓଡ଼ିଶାର ସମସ୍ତେ ନୂଆ ଖାଇଥାନ୍ତି । ଏହିଠାରେ କରାଯାଉଥିବା ପ୍ରଥମ ନବରାତ୍ରୀ ଯାହା ମାର୍ଚ୍ଚ- ଏପ୍ରିଲ ମାସରେ ଓ ଅନ୍ୟଟି ସେପ୍ଟମ୍ବର ଓ ଅକ୍ଟୋବର ମାସରେ ପାଳନ କରାଯାଇଥାଏ । ନବରାତ୍ରୀରେ ନଅ ଦିନ ଯାକ ଲଗାତର ଭାବେ ମା’ ସମଲେଶ୍ୱରୀ ପୂଜା ପାଇ ଥାନ୍ତି ।

କିମ୍ବଦନ୍ତୀ ଅନୁସାରେ ବହୁ ପ୍ରକାର କଥା ଶୁଣିବାକୁ ମିଳିଥାଏ । ତନ୍ମଧରୁ ଗୋଟିଏ ହେଉଛି ସେତେବେଳର ସମ୍ବଲପୁର ରାଜା ଦିନେ ଶିକାର କରିବାକୁ ବାହାରିଥିଲେ । ସେହି ସମୟରେ ରାଜା ଏକ ଅଦ୍ଭୁଦ ଘଟଣା ଦେଖିବାକୁ ପାଇଥିଲେ ।ରାଜାଙ୍କ କୁକୁର ପଛରେ ଏକ ଠେକୁଆ ଗୋଡ଼ାଇଥିଲା । ରାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଗୋଟିଏ ଠେକୁଆ କିପରି କୁକୁର ପଛରେ ଗୋଡ଼ାଉଅଛି । ସେ ଏହା ଭାବି ଠେକୁଆର ପଛେପଛେ ଗଲେ । ସେତେବେଳେ ରାଜା ଏକ ଶିମିଳି ଗଛ ଦେଖିଲେ । ଯେଉଁଠି ମା’ ସମଲେଶ୍ୱରୀଙ୍କୁ ଆଦିବାସୀ ମାନେ ସେଠାରେ ପୂଜା କରୁଥିଲେ । ରାଜା ସେତେବେଳେ ମା’ ସମଲେଶ୍ୱରୀଙ୍କୁ ନିଜ ଇଷ୍ଟ ବୋଲି ମାନିନେଇଥିଲେ ଓ ସେଠାରେ ଏକ ମନ୍ଦିର ତୋଳାଇଥିଲେ । ଏହିଠାରେ ଭକ୍ତ ମାନେ ଭୋର ସାଢେ ୪ ଟାରୁ ଆସି ମା’ଙ୍କ ପୂଜା କରିଥାନ୍ତି ।

ଏହି ମନ୍ଦିରରେ ୧୨ ଜଣ ପାଶ୍ୱର୍ ଦେବା ଦେବୀଙ୍କ ସହିତ  ବାବା ଭୈରବ ଏହି ମନ୍ଦିରକୁ ଯଗି ଅଛନ୍ତି । କୁହାଯାଏ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସାଙ୍ଗରେ ବାବା ଭୈରବଙ୍କ ଦର୍ଶନ କରିବା ଅତି ଆବଶ୍ୟକ । ବିନା ବାବାଙ୍କ ଦର୍ଶନରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ସଫଳ ହୋଇନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking