27.1 C
Bhubaneswar
Saturday, July 27, 2024
Homeବ୍ରେକୀଙ୍ଗପରିବାର ନୁହେଁ, କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା

ପରିବାର ନୁହେଁ, କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ପ୍ରଥମେ ମିଳିବନି ଟିକା । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ପରିବାର ଲୋକଙ୍କୁ ମିଳିବ ନାହିଁ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ମିଳିବ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି, ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ କରିବା ପରେ ପରିବାର ସାମିଲ ହେବେ । ଟିକା ନିରାପଦ ଏବଂ ଫଳପ୍ରଦ । ଟିକା ନେବା ଉଚିତ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଟିକା ଇଚ୍ଛାଧୀନ । ଏହା ବାଧ୍ୟତାମୂଳକ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯେଉଁ ଟିକା ନେବେ, ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ୍ ନେବେ । ଟିକା ପାଇଁ ପଂଜୀକରଣ ଜରୁରୀ ହୋଇଥିବା ବେଳେ ପଂଜୀକରଣ କଲେ ମେସେଜ ଆସିବ । ମୋବାଇଲରେ କେଉଁଠି, କେଉଁଦିନ ଟିକା ଦିଆଯିବ ମେସେଜ ଆସିବ । ଆବଶ୍ୟକ ପରିଚୟ ପତ୍ର ଦେଖାଇ ଟିକାଦାନ କେନ୍ଦ୍ରର ଟିକା ନେଇହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking