28.1 C
Bhubaneswar
Sunday, July 13, 2025
Homeବ୍ରେକୀଙ୍ଗମା' ଫାଉଣ୍ଡେସନ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମା’ ଫାଉଣ୍ଡେସନ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼ ମା’ ଫାଉଣ୍ଡେସନ୍, ନୟାଗଡ଼ ତରଫରୁ ଶନିବାର ଦିନ “ସାହି ସବୁଜିମା ” କାର୍ଯ୍ୟକ୍ରମ ଅନ୍ତର୍ଗତ ୱାର୍ଡ଼ ନଂ -3 ଅନ୍ତର୍ଗତ ପଠାଣି ସାମନ୍ତ ସଂସ୍କୃତି ଭବନ ସାମ୍ମାରେ ନୟାଗଡ଼ ପୌର ପରିଷଦକୁ ସରସ ସୁନ୍ଦର, ସବୁଜୀମା ଓ ସୈ।ମ୍ୟ ରଖିବାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମା’ ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବରିଷ୍ଠ ସମାଜସେବୀ ଶ୍ରଦ୍ଧେୟ ଦାମୋଦର ସାହୁ (ଦାମ ସାର୍), ବରିଷ୍ଠ ନାଗରିକ ତଥା ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟି ର ସଭାପତି ଶ୍ରଦ୍ଧେୟ ନିରଂଜନ ମିଶ୍ର ,ଆର୍ଟ ପଏଣ୍ଟର ସଂପାଦକ ବିଜୟାନଂନ୍ଦ ମହାପାତ୍ର, କଵି ତଥା ସଂଯୋଜକ ଗୋପୀନାଥ ସେଠୀ ଏବଂ ଯୁଵ ସମାଜସେବୀ ସୁନିଲ କୁମାର ସାହୁ ଆଗ୍ରହ ପୂର୍ଵକ ଯୋଗଦାନ କରି ସହଯୋଗ କରିଵାସହ ଆଗାମୀ ଦିନମାନଙ୍କରେ ନୟାଗଡ଼ ସହରରେ ମା’ ଫାଉଣ୍ଡେସନ୍ ର ଏହି କାର୍ଯ୍ୟକ୍ରମ କୁ ଉଚ୍ଚପ୍ରଶଂସା କରିବାସହ ସେମାନଙ୍କ ର ସ୍ଵେଚ୍ଛାକୃତ ଯୋଗଦାନ ଜାରି ରଖିବାକୁ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking