28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମୋବଇଲ ଫ୍ଲାସ ଲାଇଟରେ ଚାଲିଛି ଏଟିଏମରୁ ଟଙ୍କା ଉଠାନ,  ଦୀପ ତଳ ଅନ୍ଧାର ଭଳି ଜିଲ୍ଲାପାଳଙ୍କ...

ମୋବଇଲ ଫ୍ଲାସ ଲାଇଟରେ ଚାଲିଛି ଏଟିଏମରୁ ଟଙ୍କା ଉଠାନ,  ଦୀପ ତଳ ଅନ୍ଧାର ଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏଟିଏମ ଅନ୍ଧକାର ମୟ

ମାଲକାନଗିରି: ଡିଜିଟାଲ ଯୁଗରେ ଡିଜିଟାଲ ସେବାର ଦୃଶ୍ୟ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏଟିଏମ ପ୍ରାୟ ୩  ରୁ ୪ ମାସ ହେବ ଅନ୍ଧକାର ମୟ ଅବସ୍ଥାରେ ଚାଲିଛି । ଜିଲ୍ଲାପାଳଙ୍କ ସମୁଖରେ ଥିବା ଏଟିଏମରୁ  କିଭଳି ଭାବରେ ଲୋକେ ନିଜ ସଞ୍ଚୟ ଜମା ରାଶିକୁ ଉଠାନ ପାଇଁ ଅନ୍ଧାରରେ ଥିବା ଜରୁରୀ କାଳୀନ ସେବା ଯୋଗାଉଥିବା ଏଟିଏମରୁ କିଭଳି ଭାବରେ ଟଙ୍କା ଉଠଉଛନ୍ତି । ଦେଖନ୍ତୁ ଏଇ ଦୃଶ୍ୟ । ଏହି ଦୃଶ୍ୟ ହିଁ ବୟାନ କରୁଛି ଲୋକ ମାନେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ନିଜ ମୋବାଇଲ  ଫ୍ଲାସ ଲାଇଟ ଦେଖାଇ ଏଟିଏମରୁ  ପଇସା ଉଠାଉଛନ୍ତି ଏ ନେଇ ଲୋକମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ୍ୟ ବିଭାଗୀୟ ବ୍ୟାଙ୍କ ଅଧିକାରୀ ଦୃଷ୍ଟି ଦେଉନଥିବା ଲୋକ ମାନେ ଅଭିଯୋଗ କରିଛନ୍ତି । ଖାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏଟିଏମ ନାହିଁ ସଦର ମହକୁମାର କେତୋଟି ହାତ ଗଣତି ବେସରକାରୀ ଏଟିଏମକୁ ଛାଡି ଦେଲେ କୌଣସି ସରକାରୀ ବ୍ୟାଙ୍କର ରକ୍ଷଣା ବେକ୍ଷଣା ଠିକ ନାହିଁ। ଅଧିକାଂଶ ଏଟିଏମ ଏପରି ଅନ୍ଧକାର ମୟ ।

ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁ ବେଳେ ଏଟିଏମ ଅଚଳ। ସ୍ଥାନୀୟ ବସ ଷ୍ଟାଣ୍ଡ ସାମନା ରେ ଏସବିଆଇ ବ୍ୟାଙ୍କ ଏବଂ ଏଟିଏମ ରହି ଥିଲା। କିନ୍ତୁ ତାହା ଉଠି ଅଲଗା ସ୍ଥାନ କୁ ସ୍ଥାନାନ୍ତରିତ ହୋଇଯାଇଛି । ସେ ସମୟରୁ ବସ ଷ୍ଟାଣ୍ଡ ନିକଟସ୍ଥ ଅଂଚଳରେ ଗୋଟିଏ ବି ଏଟିଏମ ର ବ୍ୟବସ୍ଥା ନାହିଁ। ଲୋକେ ପଇସା ପାଇଁ ହନ୍ତସନ୍ତ ହେଉଛନ୍ତି ନିଜ ଆକାଉଣ୍ଟରେ ନିଜ ସଞ୍ଚୟ  ପଇସା ଥିଲେ ବି ଉଠାଇ ପାରୁ ନାହାନ୍ତି। ଏବେ ଦେଖିବାକୁ ବାକିରହିଲା ବିଭାଗୀୟ ବ୍ୟାଙ୍କ କତୃପକ୍ଷ କେବେ ଏହି ଏଟିଏମରେ ବିଜୁଳି ସେବା ଯୋଗାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking