30.1 C
Bhubaneswar
Saturday, May 4, 2024
Homeଅପରାଧଫେସବୁକରେ ଦୋସ୍ତୀ, ପରେ ଯୁବତୀଙ୍କୁ ବ୍ଲେଡରେ ଆକ୍ରମଣ

ଫେସବୁକରେ ଦୋସ୍ତୀ, ପରେ ଯୁବତୀଙ୍କୁ ବ୍ଲେଡରେ ଆକ୍ରମଣ

ନୂଆଦିଲ୍ଲୀ: ଲକ୍ଷନଉରେ ଫେସବୁକ-ଇନଷ୍ଟାଗ୍ରାମରେ ହୋଇଥିବା ଦୋସ୍ତୀ ପରେ ଯୁବତୀ ଯେତେବେଳେ ସଂପର୍କ ବଢାଇବାକୁ ମନା କଲେ ଅଭିଯୁକ୍ତ ଯୁବକ ଯୁବତୀଙ୍କ ମୁହଁକୁ ବ୍ଲେଡରେ କାଟି କ୍ଷତ ବିକ୍ଷତ କରିଦେଲା । ଏହାପରେ ଯୁବତୀଙ୍କୁ ଟ୍ରାମା ସେଂଟରରେ ଭର୍ତି କରା ଯାଇଥିଲା । ବର୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ପୁଲିସ ଅଭିଯୁକ୍ତ ଯୁବକର ସନ୍ଧାନ ଜାରି ରଖିଛି । ସୂଚନା ଅନୁସାରେ, ଲଖନଉର ଜାନକୀପୁରମ ଥାନା ଅଂଚଳରେ ରହୁଥିବା ଯୁବତୀ ଗ୍ରାଜୁଏଜସନର ଛାତ୍ରୀ ଥିଲେ । ତାଙ୍କର ଶୁଭମ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମ ଓ ଫେସବୁକ ମାଧ୍ୟମରେ ବନ୍ଧୁତା ହୋଇଥିଲା ଓ କଥାବାର୍ତା ବି ଚାଲିଥିଲା । ଯୁବତୀ ଅନ୍ୟ ପିଲାଙ୍କ ସହ ବି କଥା ହେଉଥିଲା । ହେଲେ ଏହାକୁ ଶୁଭମ ପସନ୍ଦ କରୁନଥିଲା ଓ ଏହାର ବିରୋଧ କରୁଥିଲା । ତେବେ ଯୁବତୀ ଶୁଭମର ଉଦ୍ଦେଶ୍ୟ ବୁଝିପାରି ତା ଠାରୁ ଦୂରେଇ ଯିବାକୁ ଚାହୁଁଥିଲା । ଘଟଣା ଦିନ ଯୁବତୀ ନିଜ ଘରୁ କୌଣସି ଏକ କାମରେ ବାହାରିଥିଲା । ହେଲେ ଅଚାନକ ଅଭିଯୁକ୍ତ ଯୁବକ ପହଂଚି ବ୍ଲେଡରେ ତା ଶରୀରକୁ ଆକ୍ରମଣ କରିଥିଲା । ଯୁବକ ଆହୁରି ମଧ୍ୟ କହିଥିଲା ଯେ, ଯଦି ସେ ତାର ନହେବ ତେବେ ଆଉ କାହାର ବି ହେବାକୁ ସେ ଦେବନି । ଏହାପରେ ସେ ଫେରାର ହୋଇ ଯାଇଥିଲା । ପରେ ଆହତ ଯୁବତୀଙ୍କୁ ଟ୍ରାମା ସେଂଟର ନିଆ ଯାଇଥିଲା । ଯେଉଁଠି ତାଙ୍କର ଏବେ ଚିକିତ୍ସା ଚାଲିଛି । ନର୍ଥ ଜୋନ ଡିସିପି ଦେବେଶ ପାଣ୍ଡେଙ୍କ କହିବା ମୁତାବକ, ଅଭିଯୁକ୍ତ ଯୁବକର ନାମ ଶୁଭମ ଓ ସେ ଯୁବତୀର ନିକଟରେ ହିଁ ରୁହେ । କିଛି ସମୟ ପୂର୍ବରୁ ଦୁହିଁଙ୍କ ମଧ୍ୟରେ କଥାବାର୍ତା ହେଉଥିଲା । ହେଲେ ଯୁବତୀ ମନା କରିବା ପରେ ବି ସେ ଲଗାତର ଭାବେ ଯୁବତୀଙ୍କ ସହ ସଂପର୍କରେ ରହିବାକୁ ଚେଷ୍ଟା କରୁଥିଲା । ତେବେ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଖୁବ ଶୀଘ୍ର ଗିରଫ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking