39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ମଧ୍ୟରେ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥିରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି କୋର୍ଟ କହିଛନ୍ତି । ଏଯାଏଁ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ପଚାରିଲେ କୋର୍ଟ । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସମନ ଜାରି ନେଇ ବର୍ଷିଛନ୍ତି କୋର୍ଟ । ଅନ୍ୟ ହତ୍ୟା ଅଭିଯୁକ୍ତଙ୍କୁ ଏମିତି ସମନ କରାଯାଏ କି ବୋଲି ପଚାରିଲେ । ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେବାକୁ କୋର୍ଟ କହିଛନ୍ତି । ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏଁ ସାକ୍ଷ୍ୟ ଦସ୍ତାବିଜ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାକ୍ଷ୍ୟ ପ୍ରମାଣ, ଦସ୍ତାବିଜର ଉଚିତ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସରକାର ତାଙ୍କ ଡିଜିପିଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking