33.1 C
Bhubaneswar
Friday, April 26, 2024
Homeଓଡିଶାପାହାଡ଼ରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ପାହାଡ଼ରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ପାରଳାଖେମୁଣ୍ଡି : ପାହାଡ଼ରୁ ମିଳିଲା ଦୁଇଟି ମୃତଦେହ । ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ବଡସଡା ଗ୍ରାମ ନିକଟ ପାହାଡରୁ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ମିଳିଛି । ଏକ ପିଆଶାଳ ଗଛରେ ରତ୍ନାବତୀ ଶବର ଓ ଭାସ୍କର ଶବରଙ୍କ ମୃତଦେହକୁ ଉଦ୍ଧାର କରିଛି ରାମଗିରି ପୋଲିସ । ରତ୍ନାବତୀ ଶବରଙ୍କ ଶାଶୁଘର ଏଙ୍ଗାରସିଂରେ । ସେ ୩ଟି ପିଲାର ମା । ତାଙ୍କ ସ୍ୱାମୀ ତେଲଙ୍ଗାନାରେ ଶ୍ରମିକ ଭାବେ କାମ କରନ୍ତି । ମୃତକ ଭାସ୍କର ଶବର ଗାରବନ୍ଧ ଥାନା ଅନ୍ତର୍ଗତ ଅର୍ମସିଂ ଗ୍ରାମର ବାସିନ୍ଦା । ତାଙ୍କର ୫ଟି ଛୁଆ ଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ହେଉଛି । ଭାସ୍କର ଦୁଇ ଦିନ ପୂର୍ବରୁ ରତ୍ନାବତୀ ଘରେ ଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ । ଗାଁରେ ଏକ ବୈଠକ ବସି ନିଷ୍ପତ୍ତି ହେବା ପରେ ସେମାନଙ୍କୁ ଗ୍ରାମରୁ ବାସନ୍ଦ ମଧ୍ୟ କରିଥିଲେ । ତେବେ ମଙ୍ଗଳବାର ବଡସଡା ଜଙ୍ଗଲରୁ ସେମାନଙ୍କ ମୃତଦେହ ମିଳିବା ପରେ ଅନେକ ପ୍ରଶ୍ନ ଉଠିଛି । ହେଲେ ଯେଭଳି ଭାବେ ସେମାନଙ୍କ ମୃତଦେହ ଗଛରେ ରଶି ଲାଗି ଝୁଲୁଥିଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୋଲିସ୍ ତଦନ୍ତ କରୁଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking