27.1 C
Bhubaneswar
Monday, January 13, 2025
Homeଦେଶ ବିଦେଶପ୍ରେମିକାର ସ୍ୱାମୀକୁ ଦେଖି ପ୍ରେମିକ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ....

ପ୍ରେମିକାର ସ୍ୱାମୀକୁ ଦେଖି ପ୍ରେମିକ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ….

ଜୟପୁର: ରାଜଧାନୀ ଜୟପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପ୍ରେମିକାର ସ୍ୱାମୀଙ୍କୁ ଦେଖି ପ୍ରେମିକ ପାଞ୍ଚ ମହଲାରୁ ତଳକୁ ଡେଇଁ ଜୀବନ ହାରିଛି । ଛାତରୁ ଡେଇଁବା ପରେ ଗୁରୁତର ଅବସ୍ଥାରେ ପ୍ରେମିକକୁ ମେଡିକାଲରେ ଭର୍ତ୍ତି କରାଇଥିଲେ ପ୍ରେମିକା । ସେଠାରେ ପ୍ରେମିକର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ, ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ପୋଲିସ । ଅନ୍ୟପଟେ ପ୍ରେମିକାର ସ୍ୱାମୀ ଏହି ଘଟଣା ପରେ ଫେରାର ରହିଛି । ସବୁଠାରୁ ବଡ଼ କଥା ହେଲା ବିବାହିତା ପ୍ରେମିକାର ଗୋଟିଏ ଝିଅ ବି ରହିଛି । ସେ ସ୍ୱାମୀକୁ ଛାଡ଼ି ପ୍ରେମିକ ପାଖରେ ରହୁଥିଲା ।

ସୂଚନା ଅନୁଯାୟୀ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ । କିଛି ଦିନ ପୂର୍ବରୁ ମୋହସିନ୍ ଉତ୍ତରାଖଣ୍ଡ ଜୟପୁରରୁ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଭଗେଇ ଆଣିଥିଲେ । ଏହା ପରେ ସେ ପ୍ରତାପନଗରର ରିୟା ଆପାର୍ଟମେଣ୍ଟର ଏକ ଫ୍ଲାଟରେ ରହୁଥିଲେ । ଆଉ ସେପଟେ ମହିଳାଙ୍କ ସ୍ୱାମୀ ଅନେକ ଖୋଜା ଖୋଜି କରିବା ପରେ ଉଭୟଙ୍କ ଠିକଣା ପାଇଯାଇଥିଲେ । ସେ ସୀଧାସଳଖ ରିୟା ଆପାର୍ଟମେଣ୍ଟରେ ଆସି ପହଞ୍ଚିଥିଲେ । ସେଠାରେ ସିକ୍ୟୁରିଟିଗାର୍ଡକୁ ପଚାରି ମୋହସିନ୍ ଓ ତାଙ୍କ ପତ୍ନୀ ରହୁଥିବା ପଞ୍ଚମ ମହଲା ଫ୍ଲାଟ୍‌ରେ ପହଞ୍ଚି ଡୋର ବେଲ୍ ବଜାଇଥିଲେ । ପୋଲିସର କହିବାନୁଯାୟୀ ମହଳାଙ୍କ ସ୍ୱାମୀ ଯେତେବେଳେ ଫ୍ଲାଟ୍ ଡୋର ବେଲ୍ ବଜାଇଲେ, ସେତେବେଳେ ମୋହସିନ ଡରିଯାଇଥିଲେ । ଏହି ସମୟରେ ମୋହସିନ୍ କଣ କରିବେ, କେଉଁଠି ଲୁଚିବେ କିଛି ଜାଣିପାରିଲେ ନାହିଁ । ଶେଷରେ ସେ କିଛି ଉପାୟ ନପାଇ ଫ୍ଲାଟ୍ ପଛ ବାଲକୋନୀରୁ ତଳକୁ ଡେଇଁ ପଡ଼ିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking