28.1 C
Bhubaneswar
Thursday, May 2, 2024
Homeଅପରାଧକୂଅରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା: ସାଥିରେ ରହିବାକୁ ଜିଦ୍ କରିବାରୁ ହତ୍ୟାକାଣ୍ଡ, ପ୍ରେମିକ...

କୂଅରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା: ସାଥିରେ ରହିବାକୁ ଜିଦ୍ କରିବାରୁ ହତ୍ୟାକାଣ୍ଡ, ପ୍ରେମିକ ଗିରଫ

ବୁଗୁଡ଼ା : ବୁଗୁଡ଼ା ସହର ଉପକଣ୍ଠସ୍ଥ ପୋଲସରା ରାସ୍ତାର ଏନ୍‌ଏସି ସ୍ୱାଗତ ଗେଟ୍ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ବୁଗୁଡ଼ା ପୁଲିସ ଜଣେ ଯୁବତୀଙ୍କ ଗଳିତ ମୁଣ୍ଡ ବିହୀନ ଶରୀର ଓ ଖପୁରୀକୁ ପୃଥକ୍ ଭାବେ ଉଦ୍ଧାର କରିଥିବା ଘଟଣାର ପର୍ଦ୍ଦାଫାସ ହୋଇଛି । ମୃତା ଯୁବତୀ ଜଣକ ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ସୁନିତା ଭୂୟାଁ(୧୯) ହୋଇଥିବା ବେଳେ ହତ୍ୟ।।କାରୀ ଜଣକ ତାଙ୍କ ପ୍ରେମିକ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଳାବନ୍ଦ ଗ୍ରାମର ଜଗଦୀଶ ଜେନା(୨୧) ଓରଫ୍ ଜଗା ବୋଲି ଜଣାପଡ଼ିଛି । ସାଥିରେ ରହିବାକୁ ଜିଦ୍ କରିବାକୁ ଏହି ହତ୍ୟାକାଣ୍ଡ ଘଟାଇଥିବା ପ୍ରେମକ ସ୍ୱୀକାର କରିଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ହତ୍ୟାରେ ବ୍ୟବହୃତ ପଥର ସମେତ ଜଗାର ମୋବାଇଲ୍ ଓ ବାଇକକୁ ଜବତ କରିଛି । ତାକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ଗତ ୮ ତାରିଖ ସନ୍ଧ୍ୟାରେ ବୁଗୁଡ଼ା ଉପକଣ୍ଠସ୍ଥ ପୃଥିବୀରାଜ ଚୌଧୁରୀଙ୍କ ଏକ ପରିତ୍ୟକ୍ତ କୂଅରେ ଏକ ଅଜଣା ଯୁବତୀଙ୍କ ଶବ ଭାସୁଥିବା ଘଟଣା ପ୍ରଘଟ ହୋଇଥିଲା । ସେଠାରେ ପୁଲିସ ପହଞ୍ôଚ ସ୍ଥାନୀୟ ଅଗ୍ନିଶମ ବାହିନୀର ସହଯୋଗରେ ସେହି ରାତିରେ ଯୁବତୀଙ୍କ ମୁଣ୍ଡ ବିହୀନ ଗଳିତ ଶବକୁ ଉଦ୍ଧାର କରାଯାଇଥିବା ବେଳେ ପର ଦିନ ପମ୍ପ୍ ଦ୍ୱାରା କୂଅରୁ ସମସ୍ତ ଜଳ ନିଷ୍କାସନ ପରେ ଖପୁରୀଟିଏ ଉଦ୍ଧାର କରାଯାଇଥିଲା । ଏଥିସହ କୂଅ ଭିତରୁ ଯୁବତୀଙ୍କ ଏକ ହଳ ଚପଲ ଏବଂ ଅଳ୍ପ କିଛି ଦୂରରେ ଥିବା ଏକ ବୁଦା ମୂଳରୁ ଯୁବତୀଙ୍କ ମନିପର୍ସ , ନୂଆଁ ପୋଷାକ, ପଟେ ପାଉଞ୍ଜି ଓ କିଛି ପ୍ରସାଧନ ସାମଗ୍ରୀ ମଧ୍ୟ ମିଳିଥିଲା ।

ଏ ନେଇ ପୁଲିସ କେସ୍ ନଂ ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା । ଅନୁସନ୍ଧାନ କାଳରେ ପୁଲିସ ବୁଗୁଡ଼ାର କେତେକ ଯୁବକଙ୍କୁ ଅଟକ ରଖି ପଚରାଉଚରା ବେଳେ ଉକ୍ତ ଘଟଣାର ଅଭିଯୁକ୍ତ ସମ୍ପର୍କରେ ସୁରାକ୍ ପାଇଥିଲା। ସୁରାକ ଆଧାରରେ ଜଗା ଏକ ଯୁବତୀ ସହ ବ୍ରହ୍ମପୁର ଫେରୁଥିବା ବେଳେ ପୁଲିସ ଧଣିଥିଲା । ସେହି ଯୁବତୀଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ପରେ ତାକୁ ଘଟଣା ସ୍ଥଳକୁ ନେଇ ପୁଲିସ ସତ୍ୟାସତ୍ୟର ତଦନ୍ତ କରିଥିଲା ।  ପୁଲିସ ଆଗରେ ଜଗାର ସ୍ୱୀକାରୋକ୍ତି ପ୍ରକାରେ, ଏକ ବର୍ଷ ହେଲା ଜଗା ଓ ସୁନିତାଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ଗତ ୨୬ ତାରିଖରେ ସୁନିତା ଘରୁ ବାହାରି ଆସିବା ପରେ ଉଭୟେ ବୁଗୁଡ଼ା ଉପକଣ୍ଠସ୍ଥ ସେହି ଘର ପଛପଟେ ଭେଟିଥିଲେ । ସେଠାରେ ଦୁହେଁ ମଦ ପିଇ ଶାରୀରିକ ସମ୍ପର୍କ ରଖିଥିଲେ ।

ପରେ ସୁନିତାକୁ ବାଇକରେ ବସାଇ ତାଙ୍କ ଘରେ ଛାଡ଼ିବାକୁ କେନ୍ଦୁବାଡ଼ି ଗାଁକୁ ଯାଉଥିବା ବେଳେ ଅଧବାଟରେ ସୁନୀତା ଘରକୁ ଯିବା ପାଇଁ ମନା କରିବା ସହ ଜଗା ସହ ରହିବା ପାଇଁ ଜିଦ୍ କରିଥିଲା । ନଚେତ୍ ପୁଲିସରେ ଅଭିଯୋଗ କରିବାକୁ ଧମକ ଦେବାରୁ ଉଭୟେ ପୁଣି ସେହି ଘର ପଛପଟକୁ ଚାଲି ଆସିଥିଲେ । ସେଠାରେ ଯୁବତୀ ଜଣକ ନିଶାରେ ଟଳି ପଡ଼ିଥିବା ବେଳେ ଜଗାର ମୁଣ୍ଡରେ ସଇତାନ୍ ବୁଦ୍ଧି ସବାର ହୋଇଥିଲା । ସେ ପାଖରେ ପଡ଼ିଥିବା ଧାରୁଆ ପଥର ଆଣି ଯୁବତୀଙ୍କ ମୁଣ୍ଡରେ କଚାଡ଼ି ଗଣ୍ଡିରୁ ଅଲଗା କରିଦେଇଥିଲା ।

ପରେ ସେ ଯୁବତୀଙ୍କ ମୁଣ୍ଡ ଓ ଗଣ୍ଡିକୁ ଆଣି ନିକଟସ୍ଥ ପରିତ୍ୟକ୍ତ କୂଅରେ ପକାଇ ଦେବା ସହ ଯୁବତୀଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ଏକ ଲଟାବୁଦା ମୂଳରେ ଲୁଚାଇ ଦେଇ ଘଟଣା ସ୍ଥଳରୁ ପଳାଇ ଆସିଥିଲା । ହତ୍ୟାକାଣ୍ଡ ସମ୍ପର୍କରେ କେହି ହେଲେ ଜାଣି ପାରିନଥିବା ବେଳେ ଜଗା ଗତ ମାର୍ଚ୍ଚ ୩୧ ତାରିଖରେ ତା’ର ପୂର୍ବ ପ୍ରେମିକା ସହ ମିଶି ବାଙ୍ଗାଲୋର ଚାଲିଯାଇଥିଲା । ସେଠାରୁ ସେ ଦୁହେଁ ପୁଣି ଫେରୁଥିବା ବେଳେ ପୁଲିସ ପାଇଥିବା ସୁରାକ୍ କ୍ରମେ ଉଭୟଙ୍କୁ ବ୍ରହ୍ମପୁରରେ କାବୁ କରିଥିଲା । ଗିରଫ ପରେ ଜଗାକୁ କୋର୍ଟଚାଲାଣ କରାଯାଇଥିବା ବେଳେ ତା’ ସହିତ ଥିବା ଯୁବତୀର ଘରଲୋକେ ନେବାକୁ ଅରାଜି ହେବାରୁ ତା’କୁ ଗୋପାଳପୁରସ୍ଥିତ ସୁଧାର ଗୃହକୁ ପଠାଯାଇଥିବା ନେଇ ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking