29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଧୋକାବାଜ୍ ପ୍ରେମିକର ଅକୁହା କଥା ବଖାଣିଲେ ପ୍ରତାରିତା ପ୍ରେମିକା ....

ଧୋକାବାଜ୍ ପ୍ରେମିକର ଅକୁହା କଥା ବଖାଣିଲେ ପ୍ରତାରିତା ପ୍ରେମିକା ….

ନୂଆଦିଲ୍ଲୀ : ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା । ଏପରି ଏକ ଘଟଣା ସୋସିଆଲ ମିଡିଆରେ ଘୁରି ବିଲୁଛି । ବାସ୍ତବରେ ଆମେରିକା ଜଣେ ଝିଅ ସୋସିଆଲ ମିଡିଆରେ ନିଜ ପ୍ରେମିକର ଶୋଷଣ ବିଷୟରେ ପ୍ରକାଶ କରିଛନ୍ତି । ଗତ ୨ ବର୍ଷ ଧରି ତାଙ୍କ ପ୍ରେମିକା ତାଙ୍କୁ କିପରି ପ୍ରତାରଣା କରିଥିଲେ ଏବଂ କ୍ରମାଗତ ଭାବରେ କିଭଳି ମିଛ କହୁଥିଲେ ସେ ବିଷୟରେ ଏକ ଭିଡିଓ ସୁଟିଂ କରି ଟିକ ଟକରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । କ୍ୟାଥରିନ୍ ନାମକ ଜଣେ ଝିଅ ଟିକଟକ୍ ଭିଡିଓ ମାଧ୍ୟମରେ ତାଙ୍କ ପ୍ରେମିକର ବାସ୍ତବତା ବିଷୟରେ କହିଥିଲେ । କ୍ୟାଥରିନ୍ କହିଛନ୍ତି ଯେ ୨୦୧୮ ରେ ମୁଁ ସେହି ବ୍ୟକ୍ତିଙ୍କୁ ଭେଟିଥିଲି । କିଛି ଦିନ ଭିତରେ, ମୁଁ ତାଙ୍କ ପ୍ରେମରେ ପଡ଼ିଗଲି ଏବଂ ତାଙ୍କ ସହିତ ଜୀବନ ବିତାଇବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି । କିନ୍ତୁ ଏହା ମଧ୍ୟରେ, ଏପ୍ରିଲ୍ ୨୦୨୦ ରେ, କ୍ୟାଥରିନଙ୍କ ପ୍ରେମିକା ହଠାତ୍ କେଉଁ ଆଡେ ନିଖୋଜ ହୋଇଗଲେ । ଏହା ପରେ ସେ କଲ୍ , ମେସେଜ୍ ଆଦି ସବୁକିଛି ଯୋଗାଯୋଗ ବନ୍ଦ କରିଦେଲେ । ଏହି କାରଣରୁ କ୍ୟାଥରିନ୍ ପୋଲିସ ନିକଟରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଅପରପକ୍ଷେ, କ୍ୟାଥରିନ ଯେଉଁ ନାମରେ ରିପୋର୍ଟ ଦାଖଲ କରିଥିଲେ ସେହିପରି ବ୍ୟକ୍ତି କେହି ନାହାଁନ୍ତି ବୋଲି ପୋଲିସ କହିଛି । ଅର୍ଥାତ୍‌, କ୍ୟାଥରିନଙ୍କ ପ୍ରେମିକଙ୍କ ନାମ ଏବଂ ଠିକଣା ସବୁ ନକଲି ଥିଲା । ପୋଲିସ ଏହି କଥା ଶୁଣି କ୍ୟାଥରିନ୍ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଯେଉଁ ପ୍ରେମିକ ସହିତ ସେ ଦୁଇ ବର୍ଷ ଏକାଠି ଥିଲେ, ସେ ତାଙ୍କୁ ପ୍ରତାରଣା କରୁଥିଲେ । ଏଭଳି ପରିସ୍ଥିତିରେ କ୍ୟାଥରିନ୍ ତାଙ୍କ ସତ୍ୟତାକୁ ସମସ୍ତଙ୍କ ସାମ୍ନାରେ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ କ୍ୟାଥରିନ୍ କହିଥିଲେ ଯେ ତାଙ୍କ ପ୍ରେମରେ ମୁ ଏତେ ଅନ୍ଧ ଥିଲି ଯେ ତାର ପ୍ରତାରଣାକୁ ମୁଁ ଜାଣିପାରିଲି ନାହିଁ । କ୍ୟାଥରିନ୍ କହିଛନ୍ତି ଯେ ସେ ସବୁବେଳେ ହୋଟେଲରେ ମୋତେ ଦେଖା କରୁଥିଲେ । ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ନକରିବାକୁ ମଧ୍ୟ ମତେ ମନା କରାଯାଇଥିଲା ଏବଂ ୨ ବର୍ଷର ବନ୍ଧୁତା ରହିବା ପରେ ମଧ୍ୟ ସେ ନିଜ ପରିବାର ସହିତ ମତେ କେବେ ପରିଚିତ କରିନଥିଲେ । କିନ୍ତୁ ଏ ସବୁ ପରେ ମଧ୍ୟ ମୁଁ ତାଙ୍କ ଉପରେ ବିଶ୍ୱାସ କରୁଥିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking