31.1 C
Bhubaneswar
Friday, March 29, 2024
Homeଖେଳଆଜି ଆଇପିଏଲରେ କେକେଆର୍‌-ଆର୍‌ସିବି ମୁକାବିଲା

ଆଜି ଆଇପିଏଲରେ କେକେଆର୍‌-ଆର୍‌ସିବି ମୁକାବିଲା

ନୂଆଦିଲ୍ଲୀ : ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ। ଏହି ମ୍ୟାଚ୍‌ରେ କୋହଲିଙ୍କ ରଣନୀତି ଦକ୍ଷତା ଏବଂ ଇଅନ ମୋର୍ଗାନଙ୍କ ବରଫ ଭଳି ଥଣ୍ଡା ମିଜାଜର ମହାପରୀକ୍ଷା ହେବ। ଦଳଗତ ଭାବେ ଆର୍‌ସିବି ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ବ ରହିବ। କାରଣ ଆସନ୍ତାକାଲି ପରାଜିତ ହେଲେ ସ୍ବପ୍ନର ଟ୍ରଫି ତୋଳି ଧରିବାର ଆଉ ଏକ ସୁଯୋଗ ଏହି ଦଳ ହାତଛଡ଼ା କରିବ। ଅଧିନାୟକ ଭାବେ କୋହଲିଙ୍କ ପାଇଁ ଏହି ମ୍ୟାଚ୍‌ ମଧ୍ୟ ଅନେକ ଆହ୍ବାନ ନେଇ ଆସିବ। କାରଣ ଚଳିତ ଋତୁ ପରେ ଆର୍‌ସିବି ଅଧିନାୟକ ପଦ ଛା‌ଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ସେ। ସେଥିପାଇଁ ସୋମବାର ନଜିତିଲେ ଦୀର୍ଘ ବର୍ଷ ଭିତରେ ଆର୍‌ସିବିକୁ ଥରେ ମାତ୍ର ଆଇପିଏଲ୍‌ ବିଜୟୀ କରାଇବାର କୋହଲିଙ୍କ ବ୍ୟକ୍ତିଗତ ସ୍ବପ୍ନ ଅପୂରଣୀୟ ହୋଇ ରହିଯିବ। କୋହଲିଙ୍କ ନେତୃତ୍ବରେ ଆର୍‌ସିବି ୨୦୧୬ ମସିହାରେ ଫାଇନାଲ୍ ଖେଳିଥିଲା।

ଏଲିମିନେଟର ଜିତିବା ଦଳର ମୁକାବିଲା କ୍ଵାଲିଫାୟର-୧ରେ ପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ସହ ଅକ୍ଟୋବର ୧୩ରେ ହେବ। ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରି ସାରିଛି। ଆଇପିଏଲରେ ଏ ପର୍ଯ୍ୟନ୍ତ ଆରସିବି ଏବଂ କେକେଆର ମଧ୍ୟରେ ୨୮ ମ୍ୟାଚ୍ ଖେଳା ଯାଇଛି। କୋଲକାତା ୧୫ଟି ଜିତିଥିବା ବେଳେ ଆରସିବି ୧୩ଟି ଜିତିଛି। ଗତ ୫ଟି ମ୍ୟାଚ୍‌ରେ ଆରସିବିର ପଲ୍ଲା ଭାରି ରହିଛି ଏବଂ ଦଳ କେକେଆରକୁ ୪ ଥର ମାତ୍ ଦେଇଛି। ଆରସିବି ଦଳ ନିଜର ଅନ୍ତିମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶେଷ ବଲ୍‌ରେ ଛକା ମାରି ବିଜୟ ହାସଲ କରିବା ପରେ ଆତ୍ମ ବିଶ୍ଵାସ ଉର୍ଦ୍ଧ୍ଵରେ ରହିଛି। ଦଳ ୪ ମ୍ୟାଚ୍‌ରୁ ୯ ବିଜୟ ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ କେକେଆର ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ନିରାଶଜନକ ପ୍ରଦର୍ଶନ କରିବା ପରେ ୟୁଏଇରେ ୭ଟିରୁ ୫ ବିଜୟ ସହ ପ୍ଲେ ଅଫ୍‌ରେ ପହଞ୍ଚିଛି। ଦଳର ଆତ୍ମ ବିଶ୍ଵାସ ମଧ୍ୟ ଉର୍ଦ୍ଧ୍ଵରେ ରହିଛି। କେକେଆର ଆଇପିଏଲ୍‌ରେ ଦୁଇ ଥର ଟାଇଟଲ୍ ଜିତିଥିବା ବେଳେ ଆରସିବି ନିଜର ପ୍ରଥମ ଟାଇଟଲ୍ ସନ୍ଧାନରେ ରହିଛି। ସେମିତିରେ ଆରସିବି ପାଇଁ କୋହଲି ଶେଷ ଥର ନେତୃତ୍ଵ ନେଉଛନ୍ତି। ତେଣୁ ଦଳକୁ ଚାମ୍ପିଅନ କରାଇ ସେ ଭବ୍ୟ ବିଦାୟ ନେବାକୁ ଚେଷ୍ଟା କରିବେ। ଦୁଇ ଦଳର ବ୍ୟାଟିଂ ଏବଂ ବୋଲିଂକୁ ଦେଖିଲେ ମ୍ୟାଚ୍ କଡା ଟକ୍କର ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking