31.1 C
Bhubaneswar
Friday, March 29, 2024
Homeଓଡିଶାପ୍ରିୟଙ୍କା ହତ୍ୟା ମାମଲା: କୁନି ପୁଅକୁ ବଂଚାଇଥିଲା ଦହିବରା

ପ୍ରିୟଙ୍କା ହତ୍ୟା ମାମଲା: କୁନି ପୁଅକୁ ବଂଚାଇଥିଲା ଦହିବରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ  ଆଉ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଗନ୍ନାଥ ସଂପର୍କରେ ବଡ ସୂଚନା ଦେଇଛନ୍ତି ଡିସିପି । ହତ୍ୟା ସଂପର୍କରେ ଜଗନ୍ନାଥକୁ ଜେରା ପରେ ଡିସିପି ସୂଚନା ଦେଇ କହିଛନ୍ତି, ୪ ଦିନ ପୂର୍ବରୁ ସୁଇସାଇଡ ନୋଟ ପ୍ରସ୍ତୁତ କରିଥିଲା ଜଗନ୍ନାଥ । ଘଟଣା ଦିନ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଆସିଥିଲା । ଜଗନ୍ନାଥ ପ୍ରିୟଙ୍କାଙ୍କ ଘରେ ପହଂଚିବା ବେଳକୁ ଘରେ ଥିଲା କୁନି ପୁଅ । ପ୍ରିୟଙ୍କା ଓ ତାଙ୍କ କୁନି ପୁଅ ସହ ସେ ସେଲଫି ଉଠାଇଥିଲା । ଏତିକି ବେଳେ ଉପରେ ରହୁଥିବା ଘର ମାଲିକ ଦହିବରା ଆଣି ଆସିଥିଲେ । ଘର ମାଲିକ ଆସିଯିବାରୁ ବାଥରୁମ ଭିତରେ ଜଗନ୍ନାଥ ଲୁଚି ଯାଇଥିଲା । ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇ ଯାଇଥିଲେ । ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କୁ ତାଙ୍କ ସାଥିରେ ଚାଲିଯିବାକୁ ବାଧ୍ୟ କରିଥିଲା । ମାତ୍ର ପ୍ରିୟଙ୍କା ରାଜି ନହେବାରୁ ତାଙ୍କ ସହ ପ୍ରବଳ ଝଗଡା କରିଥିଲା । ତେବେ ପ୍ରିୟଙ୍କାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମୁଣ୍ଡରେ ଜଗନ୍ନାଥ ସିନ୍ଦୂର ବୋଳିଥିଲା ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍‌ ଓ୍ବାନ୍‌ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା ।

ହୋସ୍‌ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ। ମର୍ଡର ପରେ ଭିଡିଓ କଲ୍‌ କରିଥିଲା ହତ୍ୟାକାରୀ। ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍‌ କରିଥିଲା ଅଭିଯୁକ୍ତ ଜଗନ୍ନାଥ। ଭିଡିଓ କଲ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍‌ କରିଥିଲେ ମୃତ ମହିଳାଙ୍କ ସ୍ବାମୀ।  ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍‌ ଥିବା ଦେଖିବାକୁ ପାଇଥିଲେ। ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍‌ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking