30.1 C
Bhubaneswar
Wednesday, April 24, 2024
Homeଓଡିଶା୧୬ ଜିଲ୍ଲାକୁ ସତର୍କ ଘଣ୍ଟି

୧୬ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର : ଆଜି ରାଜ୍ୟର ୧୬ ଜିଲ୍ଲାକୁ ବର୍ଷା ଥିବାବେଳେ ବିଶେଷ କରି ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ପଡ଼ିବା ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ଦେବଗଡ଼କୁ ଭାରୀ ବର୍ଷା ରହିଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନାଗିରି ଓ ସୁନ୍ଦରଗଡ଼କୁ ଲଗାଣ ବର୍ଷା ସମ୍ଭାବନା ରହିଛି । ସେପଟେ ଆସନ୍ତା ୨୩ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଏବେ ଘନିଭୂତ ହେବାରେ ଲାଗିଛି ।

ସୂଚନା ଅନୁସାରେ , ଏହି ଲଘୁଚାପ ଆସନ୍ତା ୨୨ ତାରିଖ ସୁଦ୍ଧା ସୃଷ୍ଟି ହୋଇଯିବ । କାରଣ ମଙ୍ଗଳବାର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ୨୨ରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡଖଣ୍ଡରେ ଜୁଲାଇ ୨୨ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଦିଗରେ ଗତି କରିବ ଓ ଛତିଶଗଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କରାଇବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲଘୁଚାପ ସୃଷ୍ଟି ହେବା ପରେ ଦେଶରେ ଦୁର୍ବଳ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଯିବ । ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ବର୍ଷା ହେବ ବୋଲି ସ୍କାଏମେଟ୍ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking